23.1 C
Bhubaneswar
Sunday, March 22, 2026
Homeଓଡିଶାପୁରୀରେ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ନବୀନଙ୍କ ପରିକଳ୍ପନା ଥିଲା: ବିଜେଡି

ପୁରୀରେ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ନବୀନଙ୍କ ପରିକଳ୍ପନା ଥିଲା: ବିଜେଡି

– ୨୦୨୧ ମସିହାରେ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ
– ୨୦୨୩ ମସିହାରେ, ସାଇଟ କ୍ଳିଅରାନ୍ସ ସହ ଜମି ଅଧିଗ୍ରହଣ ହୋଇଥିଲା
– ବିମାନ ବନ୍ଦର ପ୍ରତିଷ୍ଠାର ସମସ୍ତ ଶ୍ରେୟ ମୋର ନେତା ନବୀନଙ୍କୁ ଦେବି: ସୁଭାଶିଷ

ଭୁବନେଶ୍ୱର: ପୁରୀରେ ଏକ ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ପ୍ରସ୍ତାବକୁ କେନ୍ଦ୍ର ସରକାର ଗତ କାଲି ଅନୁମୋଦନ ଦେଇଥିବା ବେଳେ ଆଜି ବିଜୁ ଜନତା ଦଳ ତରଫରୁ ଏହି ବିମାନ ବନ୍ଦର ପ୍ରତିଷ୍ଠାର ଶ୍ରେୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛି । ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ, ରାଜ୍ୟସଭା ସଂସଦ ଶ୍ରୀ ସୁଭାଶିଷ ଖୁଣ୍ଟିଆ କହିଛନ୍ତି, ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱର ପର୍ଯ୍ୟଟକ ମାନଙ୍କ ଆଗମନକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ପୁରୀଠାରେ ଏକ ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠାର ପରିକଳ୍ପନା ୨୦୨୧ ମସିହାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ହୋଇଥିଲା । ସେହି ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏହା ପରେ ୨୦୨୩ ମସିହାରେ ଏହି ପ୍ରକଳ୍ପର ସାଇଟ କ୍ଳିଅରାନ୍ସ ହୋଇଥିଲା ।

୧୧୪୬ ଏକର ଜମିକୁ ପ୍ରକଳ୍ପ ଏରିଆ ଭାବେ ଚିହ୍ନଟ କରାଯାଇଥିବା ବେଳେ ୨୫୧ ଏକର ଜମି ଅଧିଗ୍ରହଣ କରାଯାଇଥିଲା । ଏହା ଛଡା ଶ୍ରୀକ୍ଷେତ୍ର ପୁରୀର ସୌନ୍ଦର୍ଯ୍ୟକରଣକୁ ବିଶ୍ୱସ୍ତରୀୟ କରିବା ପାଇଁ ଶ୍ରୀମନ୍ଦିରକୁ ଐତିହ୍ୟ କରିଡ଼ର ନିର୍ମାଣ ଠାରୁ ଆରମ୍ଭ କରି ବ୍ଲୁଫ୍ଲାଗ ବିଚ ନିର୍ମାଣ ଓ ସ୍ୱର୍ଗଦ୍ୱାରର ନବୀକରଣ ଇତ୍ୟାଦି କାର୍ଯ୍ୟ କରିବା ସହିତ ଏକ ଗ୍ରୀନଫି୍ଲଡ଼ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠାର ପରିକଳ୍ପନା କରିଥିଲେ । ନବୀନ ବାବୁ ମୋତେ ରାଜ୍ୟସଭା ସଂସଦ ଭାବେ ମନୋନୀତ କରିବା ପରେ, ପୁରୀ ଠାରେ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ମୁଁ ସଂସଦରେ ବାରମ୍ୱାର ଏହି ପ୍ରସଙ୍ଗ ଉଠାଇବା ସହିତ ଏହାର ଆବଶ୍ୟକତା ଉପରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲି । କେନ୍ଦ୍ର ସରକାର, ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଅନୁମୋଦନ ଦେବା ପରେ, ନବୀନ ବାବୁଙ୍କ ପରିକଳ୍ପନା ଆଜି ରୂପ ନେବାକୁ ଯାଉଛି । ତେଣୁ, ପୁରୀଠାରେ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠାର ଶ୍ରେୟ ମୁଁ ମୋର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଉଛି ବୋଲି ଶ୍ରୀ ଖୁଣ୍ଟିଆ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking