31.1 C
Bhubaneswar
Wednesday, March 18, 2026
Homeଓଡିଶାସିବିଆଇ ଜାଲରେ ଇପିଏଫଓ ଅଧିକାରୀ

ସିବିଆଇ ଜାଲରେ ଇପିଏଫଓ ଅଧିକାରୀ

ଗଞ୍ଜାମ: ୧୦ ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଲେ ବ୍ରହ୍ମପୁର ଇପିଏଫ୍‌ଓ ରିଜିଓନାଲ ଅଫିସ୍ ପିଆରଓ ଅନୀଲ ପତି । ସିବିଆଇ ଅଧିକାରୀମାନେ ତାଙ୍କୁ ଲାଞ୍ଜିପଲ୍ଲୀ ଅଞ୍ଚଳରୁ କାବୁ କରିବା ପରେ ପଚରାଉଚରା ପାଇଁ କୌଣସି ଅଜଣା ସ୍ଥାନକୁ ନେଇଯାଇଛନ୍ତି । ଅନୀଲଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି ।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଜଣେ ଯୁବକ ଏକାଧିକ କମ୍ପାନୀ ପରିଚାଳନା କରୁଥିବା ବେଳେ ଇପିଏଫ୍ଓ ପକ୍ଷରୁ ଡିଜିଟାଲ ଦସ୍ତଖତ ଆବଶ୍ୟକ ଥିଲା। ସେ ବ୍ରହ୍ମପୁର ଗେଟ୍‌ ବଜାରସ୍ଥିତ ପାଏଲ ହଲ୍ ନିକଟରେ ଥିବା ଇପିଏଫ୍‌ଓ ଆଞ୍ଚଳିକ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ହେଲେ ଯୁବକଙ୍କ ଡିଜିଟାଲ୍ ଦସ୍ତଖତ ପ୍ରଦାନ କରିବା ଦିଗରେ ଇପିଏଫ୍‌ଓ କାର୍ଯ୍ୟାଳୟର ପିଆରଓ ଦିନ ଗଡ଼ାଇ ଚାଲିଥିଲେ। ଯୁବକ ଜଣଙ୍କ ଆଜକୁ ୩ମାସ ହେବ ଇପିଏଫ୍ଓ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ତାଙ୍କ କାମ ହୋଇ ପାରୁନଥିଲା।  ପୂର୍ବ ଯୋଜନା ମୁତାବକ, ଯୁବକଜଣଙ୍କ ଲାଞ୍ଜିପଲ୍ଲୀ ଫାଣ୍ଡି ଛକ ଛକଠାରେ ଏକ ଜଳଖିଆ ଦୋକାନରେ ପିଆରଓ ଅନିଲ ପତିଙ୍କୁ ସାକ୍ଷାତ କରିଥିଲେ । ସେଠାରେ ଉଭୟ ଜଳଖିଆ ଖାଇବା ପରେ ଅନୀଲଙ୍କ ଦାବି ମୁତାବକ ତାଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ । ଏହି ସମୟରେ ସେଠାରେ ଛପି ରହିଥିବା ସିବିଆଇ ଅଧିକାରୀମାନେ ଅନୀଲଙ୍କୁ ଲାଞ୍ଚ ଟଙ୍କା ସହ କାବୁ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking