ପୁରୀ: ପଞ୍ଚୁକ ପାଇଁ ଶ୍ରୀ ମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିପାରିବେ ଭକ୍ତ । ପୁରୀ ଜିଲ୍ଲପାଳଙ୍କ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି । ସିଂହଦ୍ୱାର ଦେଇ ପ୍ରବେଶ ୩ ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା ରହିଛି । ଅଁଳା ନବମୀରେ ଭୋର ୫ଟାରୁ ରାଧାମାଧବ ଦର୍ଶନ ହେବ । ବିଳମ୍ବିତ ରାତି ଯାଏଁ ଚାଲିବ ରାଧାପାଦ ଦର୍ଶନ । ଦର୍ଶନ ପାଇଁ ୧୧ ଲେନ ବିଶିଷ୍ଟ ବ୍ୟାରିକେଡ ବ୍ୟାବସ୍ଥା ରହିଛି ।










