କଟକ : କଟକ ବାରବାଟୀରେ ଦିନିକିଆ ମ୍ୟାଚ ଇଂଲଣ୍ଡ ଭାରତ ମଧ୍ୟରେ ଚାଲିଥିବାବେଳେ ଇଂଲଣ୍ଡର ତୃତୀୟ ୱିକେଟର ପତନ ଘଟିଛି । ନିରାଶ ହୋଇ ଫେରିଲେ ହ୍ୟାରି ବ୍ରୁକ୍ । ହ୍ୟାରି ବ୍ରୁକ୍ ୩୧ ରନ କରି ଆଉଟ ହୋଇଥିଲେ । ତାଙ୍କୁ ଶୁଭମନ ଗିଲଙ୍କ ହାତରେ ହର୍ଷିତ ରାଣା କ୍ୟାଚ୍ ଆଉଟ୍ କରିଥିଲେ । ବେନ୍ ଡକେଟ (୫୬ ବଲ୍ ରୁ ୬୫ ରନ୍)ଙ୍କୁ ରବିନ୍ଦ୍ର ଜାଡେଜା ପାଭିଲିୟନ ପଠାଇଥିଲେ ଏବଂ ଫିଲ୍ ସଲ୍ଟ (୨୯ ବଲ୍ ରୁ ୨୬ ରନ୍)ଙ୍କୁ ଡେବ୍ୟୁ ମ୍ୟାଚ୍ ଖେଳୁଥିବା ବରୁଣ ଚକ୍ରବର୍ତ୍ତୀ ପାଭିଲିୟନ ପଠାଇଥିଲେ । ଇଂଲଣ୍ଡ ଦଳ ୩୩ ଓଭରରେ ୩ ୱିକେଟ୍ ହରାଇ ୧୮୬ ରନ୍ କରିଛି । ଜୋ ରୁଟ୍ ଏବଂ ଜସ୍ ବଟଲର୍ କ୍ରିଜରେ ଅଛନ୍ତି । ଷ୍ଟାଡିୟମରେ ଲାଗିଲାଣି ଫ୍ୟାନଙ୍କ ଖଚାଖଚ ଭିଡ଼। ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ୫ ବର୍ଷ ପରେ ବାରବାଟୀରେ ମ୍ୟାଚ ହେଉଥିବାରୁ ଖେଳ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ନଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି । ଛକା, ଚୌକା ବର୍ଷା ଭିତରେ ହାଇସ୍କୋରିଂ ମ୍ୟାଚ୍ ଆଶା ରହିଛି । ଆଜି ମ୍ୟାଚ ଜିତି ଭାରତ ୱାନଡେ ସିରିଜ କବ୍ଜା କରିବାକୁ ଲକ୍ଷ୍ୟ ରଖିଛି ।