14.1 C
Bhubaneswar
Friday, December 19, 2025
Homeଖେଳପାକିସ୍ତାନ ଗସ୍ତ ପାଇଁ ଇଂଲଣ୍ଡ ଟିମ୍ ଘୋଷିତ: ଫେରିଲେ ଷ୍ଟୋକ୍ସ; କାର୍ସ ଓ କାକ୍ସ ନୂଆ...

ପାକିସ୍ତାନ ଗସ୍ତ ପାଇଁ ଇଂଲଣ୍ଡ ଟିମ୍ ଘୋଷିତ: ଫେରିଲେ ଷ୍ଟୋକ୍ସ; କାର୍ସ ଓ କାକ୍ସ ନୂଆ ମୁହଁ

ଲଣ୍ଡନ: ପାକିସ୍ତାନ ଗସ୍ତ ପାଇଁ ମଙ୍ଗଳବାର ୧୭ ଜଣିଆ ଇଂଲଣ୍ଡ ଟିମ୍ ଘୋଷିତ ହୋଇଛି। ଆହତ ବେନ୍ ଷ୍ଟୋକ୍ସ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦ ହଣ୍ଡ୍ରେଡ୍‌ରେ ଆହତ ହେବାପରେ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ଖେଳିପାରି ନଥିଲେ। ପାକିସ୍ତାନ ବିପକ୍ଷ ୩ ଟେଷ୍ଟ ମ୍ୟାଚ୍‌ର ଏହି ସିରିଜ୍ ପାଇଁ ଇଂଲିଶ୍ ଟିମ୍‌ରେ ଦୁଇଜଣ ଅନ୍‌କ୍ୟାପ୍‌ଡ ଖେଳାଳି ବ୍ରାୟଡନ୍ କାର୍ସ ଓ ଜୋର୍ଡାନ୍ କାକ୍ସଙ୍କୁ ସୁଯୋଗ ମିଳିଛି। ଏହା ବ୍ୟତୀତ ଅନୁଭବୀ ସ୍ପିନର୍ ଜ୍ୟାକ୍ ଲିଚ୍ ଟିମ୍‌କୁ ଫେରିଛନ୍ତି। ଭାରତ ଗସ୍ତ ପରଠାରୁ ଲିଚ୍ ଇଂଲଣ୍ଡ ଟିମ୍ ପାଇଁ ଖେଳିନାହାନ୍ତି। ଉଦୀୟମାନ ଫାଷ୍ଟ ବୋଲର୍ କାର୍ସଙ୍କ ସହ ଏହି ଗସ୍ତ ପାଇଁ ଟିମ୍‌ରେ ୬ ଜଣ ଫାଷ୍ଟ୍ ବୋଲର୍‌ଙ୍କୁ ସୁଯୋଗ ଦିଆଯାଇଛି। କାର୍ସଙ୍କ ବ୍ୟତୀତ ଟିମ୍‌ରେ ବାମହାତୀ ପେସର୍ ଜୋଶ୍ ହଲ୍‌, ଗସ୍ ଆଟ୍‌କିନ୍‌ସନ୍‌, ଓଲି ଷ୍ଟୋନ୍‌, କ୍ରସ୍ ୱକ୍ସ ଏବଂ ମାଥ୍ୟୁ ପଟ୍ସଙ୍କ ନାମ ମଧ୍ୟ ସାମିଲ। ଜ୍ୟାକ୍ କ୍ରଲି ଏବଂ ବେନ୍ ଡକେଟ୍ ଇନିଂସ୍ ଓପନ୍ କରିବାକୁ ଥିବା ବେଳେ ଭାଇସ୍ କ୍ୟାପ୍‌ଟେନ୍ ଓଲି ପୋପ୍‌ଙ୍କୁ ନଂ.୩ ପୋଜିସନ୍ ପାଇଁ ଚୟନ କରାଯାଇଛି। ସ୍ପିନ୍ ବିଭାଗରେ ଲିଚ୍‌ଙ୍କ ବ୍ୟତୀତ ସୋଏବ୍ ବଶୀର୍‌, ରେହାନ୍ ଅହମଦଙ୍କୁ ବିକଳ୍ପ ଭାବେ ରଖାଯାଇଛି। ଏହା ବ୍ୟତୀତ ଅନୁଭବୀ ବ୍ୟାଟର ଜୋ ରୁଟ୍ ମଧ୍ୟ ସ୍ପିନ୍ ବୋଲିଂରେ ଟିମ୍‌ର ସହାୟତା କରିବେ। ପାକିସ୍ତାନ ବିପକ୍ଷ ଏହି ସିରିଜ୍ ଅକ୍ଟୋବର ୭ରୁ ୨୮ ପର୍ଯ୍ୟନ୍ତ ଖେଳାଯିବ। ଏହି ସିରିଜ୍ ପାଇଁ ତିନିଟି ସ୍ଥାନ ମୁଲ୍‌ତାନ୍‌, କରାଚୀ ଏବଂ ରାୱଲପିଣ୍ଡି ନିର୍ଦ୍ଧାରିତ କରାଯାଇଛି। ତେବେ ଚାମ୍ପିଅନ୍ସ ଟ୍ରଫି ପାଇଁ ପିସିବି ଷ୍ଟାଡିୟମ୍‌ର ନବୀକରଣ କରୁଥିବାରୁ ଏହି ଟେଷ୍ଟ ମ୍ୟାଚ୍ ପାଇଁ ଭେନ୍ୟୁରେ ପରିବର୍ତ୍ତନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।
ଇଂଲଣ୍ଡ ଟେଷ୍ଟ ଟିମ୍‌: ବେନ୍ ଷ୍ଟୋକ୍ସ (କ୍ୟାପ୍‌ଟେନ୍‌), ରେହାନ୍ ଅହମଦ, ଗସ୍ ଆଟ୍‌କିନ୍‌ସନ୍‌, ସୋଏବ୍ ବଶୀର, ହ୍ୟାରୀ ବ୍ରୁକ୍‌, ବ୍ରାୟଡନ୍ କାର୍ସ, ଜୋର୍ଡାନ୍ କାକ୍ସ, ଜ୍ୟାକ୍ କ୍ରଲି, ବେନ୍ ଡକେଟ୍‌, ଜୋଶ୍ ହଲ୍‌, ଜ୍ୟାକ୍ ଲିଚ୍‌, ଓଲି ପୋପ୍‌, ମାଥ୍ୟୁ ପଟ୍ସ, ଜୋ ରୁଟ୍‌, ଜେମି ସ୍ମିଥ୍‌, ଓଲି ଷ୍ଟୋନ୍‌, କ୍ରିସ୍ ୱକ୍ସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking