31.1 C
Bhubaneswar
Friday, October 18, 2024
Homeଖେଳଇଂଲଣ୍ଡ ଫୁଟ୍‌ବଲ୍ କୋଚ୍ ସାଉଥ୍‌ଗେଟ୍‌ଙ୍କ ଇସ୍ତଫା

ଇଂଲଣ୍ଡ ଫୁଟ୍‌ବଲ୍ କୋଚ୍ ସାଉଥ୍‌ଗେଟ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ: ୟୁରୋ କପ୍ ୨୦୨୪ ଫାଇନାଲ୍‌ରେ ରବିବାର ସ୍ପେନ୍‌ଠାରୁ ପରାଜିତ ହେବା ପରେ ଇଂଲଣ୍ଡ ଜାତୀୟ ଫୁଟ୍‌ବଲ୍ ଟିମ୍ କୋଚ୍ ଗେରେଥ୍ ସାଉଥ୍‌ଗେଟ୍ ଇସ୍ତଫା ଦେଇଛନ୍ତି । ୨୦୧୬ରେ ଜାତୀୟ ଟିମ୍‌ର ମୁଖ୍ୟ କୋଚ୍ ଭାବେ ଯୋଗ ଦେଇଥିବା ୫୩ ବର୍ଷୀୟ ଗେରେଥ୍‌ଙ୍କ ଅଧୀନରେ ଇଂଲଣ୍ଡ ୧୦୨ ମ୍ୟାଚ୍ ଖେଳିଛି । ଏହା ମଧ୍ୟରୁ ଇଂଲଣ୍ଡ ୬୧ଟି ବିଜୟୀ ହୋଇଥିବା ବେଳେ ୧୭ ମ୍ୟାଚ୍‌ରେ ପରାଜିତ ହୋଇଛି । ସେହିପରି ଚାରିଟି ମେଜର୍ ଟୁର୍ଣ୍ଣାମେଣ୍ଟ୍‌ରେ ତାଙ୍କ ଅଧୀନରେ ଇଂଲଣ୍ଡ ୧୪ ମ୍ୟାଚ୍ ଜିତିଛି, ଯାହା ଜଣେ କୋଚ୍‌ଙ୍କ ପାଇଁ ସର୍ବାଧିକ । ଗେରେଥ୍‌ଙ୍କ କୋଚିଂରେ ଇଂଲଣ୍ଡ ୨୦୨୧ ଏବଂ ୨୦୨୪ରେ ଲଗାତାର ଦୁଇଥର ୟୁରୋପ କପ୍ ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ଟିମ୍‌କୁ ପରାଜିତ ହେବାକୁ ପଡ଼ିଛି ।
ସେହିପରି ତାଙ୍କ ନେତୃତ୍ୱରେ ଇଂଲଣ୍ଡ ଟିମ୍ ୨୦୧୮ ଫିଫା ବିଶ୍ୱକପ୍ ସେମିଫାଇନାଲ୍‌ରେ ପହଞ୍ଚିଥିଲା । ୨୦୨୨ରେ ଟିମ୍‌କୁ କ୍ୱାର୍ଟର୍ ଫାଇନାଲ୍‌ରୁ ବିଦାୟ ନେବାକୁ ପଡ଼ିଥିଲା । ତାଙ୍କ ଚୁକ୍ତି ଚଳିତବର୍ଷ ଡିସେମ୍ବରରେ ଶେଷ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ସେ କୋଚ୍ ପଦରୁ ଓହରି ଯାଇଛନ୍ତି ।
ଇଂଲଣ୍ଡ ଫୁଟ୍‌ବଲ୍‌ର ୱେବ୍‌ସାଇଟ୍‌ରେ ପୋଷ୍ଟ୍ ଜରିଆରେ ଏକ ବୟାନରେ ସାଉଥ୍‌ଗେଟ୍ କହିଛନ୍ତି ‘ଇଂଲଣ୍ଡ ପାଇଁ ଖେଳିବା ଏବଂ ଇଂଲଣ୍ଡର କୋଚ୍ ହେବା ମୋ ଜୀବନର ସବୁଠୁ ବଡ଼ ସମ୍ମାନ । ଏହା ମୋ ପାଇଁ ସବୁକିଛି ଏବଂ ଏଥିପାଇଁ ମୁଁ ସର୍ବଦା ମୋ ବେଷ୍ଟ ଦେଇଛି । ମାତ୍ର ଏବେ ପରିବର୍ତ୍ତନ ଏବଂ ଏକ ନୂଆ ଅଧ୍ୟାୟର ସମୟ ଆସିଯାଇଛି । ସ୍ପେନ୍ ବିପକ୍ଷରେ ବର୍ଲିନ୍‌ରେ ରବିବାର ଖେଳାଯାଇଥିବା ଫାଇନାଲ୍ ଇଂଲଣ୍ଡର ମୁଖ୍ୟ କୋଚ୍ ଭାବେ ମୋର ଅନ୍ତିମ ମ୍ୟାଚ୍ ଥିଲା । ମୋତେ ୧୦୨ ମ୍ୟାଚ୍‌ରେ ଇଂଲଣ୍ଡର ଏକ ବଡ଼ ସମୂହର ନେତୃତ୍ୱ କରିବାର ସୌଭାଗ୍ୟ ମିଳିଛି ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking