19.1 C
Bhubaneswar
Monday, January 19, 2026
Homeଦେଶ ବିଦେଶମୃତ୍ୟୁ ପୂର୍ବରୁ ବାପାଙ୍କୁ ଇଞ୍ଜିନିୟରଙ୍କ ଶେଷ ଫୋନ୍

ମୃତ୍ୟୁ ପୂର୍ବରୁ ବାପାଙ୍କୁ ଇଞ୍ଜିନିୟରଙ୍କ ଶେଷ ଫୋନ୍

ଲକ୍ଷ୍ନୌ: ବାପା ମୋତେ ଟିକେ ବଞ୍ଚେଇ ଦିଅ । ମୁଁ ପାଣି ଭିତରେ ଗାଡ଼ି ସହ ପଡ଼ି ଯାଇଛି । ଏତେ ଥଣ୍ଡା ଜମା ସହିପାରୁନି । ଆଉ ବୋଧେ ବଞ୍ଚିବିନି ଶୀଘ୍ର ଆସି ମୋତେ ଉଦ୍ଧାର କର । ଜଣେ ଇଞ୍ଜିନିୟର ମୃତ୍ୟୁ ପୂର୍ବରୁ ତାଙ୍କ ବାପାଙ୍କୁ ଫୋନରେ ଏମିତି କହିଥିଲେ । ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ସେକ୍ଟର-୧୫୦ରୁ ଆସିଛି ଏଭଳି ଦୁଃଖଦ ଖବର । ରାସ୍ତା କଡ଼ରେ ରହିଥିବା ଏକ ଖାଲି ପ୍ଲଟରେ ପାଣି ଭିତରେ ଫସି ମୃତ୍ୟୁ ବରଣ କରିଥିବା ଯୁବ ଇଞ୍ଜିନିୟର ଖବର ଯିଏ କେହି ବି ଶୁଣୁଛି ଦୁଃଖ ପ୍ରକାଶ କରୁଛି । ମିଳିଥିବା ସୂଚନା ମୁତାବକ ଯୁବ ଇଞ୍ଜିନିୟର ଯୁବରାଜ ମେହେଟା ଗୁରୁଗ୍ରାମରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ସେ ନିଜର ଡ୍ୟୁଟି ସାରି ରାତିରେ ଘରକୁ ନିଜର କାର ଯୋଗେ ଫେରୁଥିଲେ । ଘନ କୁହୁଡ଼ି ଏପରି ହୋଇଥିଲା କି, ସେ ରାସ୍ତା କଡ଼ରେ ଥିବା ଡ୍ରେନକୁ ଉଠି ଖୋଲା ପ୍ଲଟରେ ଗାଡ଼ି ଭର୍ତ୍ତି କରି ଦେଇଥିଲେ । ଯେଉଁଠାରେ ଆବର୍ଜନା ଭର୍ତ୍ତି ରହିବା ସହ ପାଣି ରହିଥିଲା । ମାତ୍ର ସେ ଯେତେବେଳେ ଜାଣି ପାରିଥିଲେ ବାପାଙ୍କୁ ଫୋନ କରି ଜଣାଇଥିଲେ । ଏହାସହ ସେ ସେଠାରେ ପ୍ରବଳ ଜୋରରେ ଡାକିଥିଲେ । ମାତ୍ର କାହାକୁ ମଧ୍ୟ ଶୁଭିନଥିଲା ।

ପରିବାର ଲୋକେ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁଲିସ ମଧ୍ୟ ଖବର ପାଇ ପହଞ୍ଚିଥିଲା । ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିଥିଲେ । ମାତ୍ର ସେତେବେଳକୁ ସବୁକିଛି ସରି ଯାଇଥିଲା । ଯୁବରାଜଙ୍କ ଜୀବନ ଦୀପ ଲିଭି ସାରିଥିଲା । ସେ ପଡ଼ିଥିବା ପ୍ଲଟରେ ୭୦ ଫୁଟରୁ ଅଧିକ ଗାତ ରହିଥିଲା । ଯେଉଁଠାରୁ କାରରୁ ବାହାରିବା କଷ୍ଟ । ଏହାସାଙ୍ଗକୁ ଶୀତ ରାତିରେ ପାଣି ଭିତରେ ସଂଘର୍ଷ କରିବା କଷ୍ଟକର । ତେବେ ପୂର୍ବରୁ ସେଠାରେ ସାଇନ୍ ବୋର୍ଡ ଲଗାଇବା ଏବଂ ସତର୍କତା ଲାଗି ସ୍ଥାନୀୟ ଲୋକେ ପ୍ରଶାସନକୁ ଜଣାଇଥିଲେ । ମାତ୍ର କୌଣସି ପଦକ୍ଷେପ ନିଆଯାଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏବେ ଜୀବନ ଯିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ପଡ଼ିବାର ୫ ଘଣ୍ଟା ପରେ ଏନଡିଆରଏଫ ଟିମ୍ ତାଙ୍କ ମୃତଦେହ ସହ କାରକୁ ଉଦ୍ଧାର କରିଥିଲା । ଏହି ଘଟଣାକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ଏବେ ଏଠାରେ ଯାତ୍ରୀଙ୍କ ସୁରକ୍ଷା ଲାଗି ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking