38.6 C
Bhubaneswar
Friday, May 16, 2025
Homeଦେଶ ବିଦେଶବର୍ତ୍ତିପାରିବେନି ଶତ୍ରୁ, ଅନ୍ତରୀକ୍ଷରୁ ନଜର ରଖିଛି ଇସ୍ରୋ

ବର୍ତ୍ତିପାରିବେନି ଶତ୍ରୁ, ଅନ୍ତରୀକ୍ଷରୁ ନଜର ରଖିଛି ଇସ୍ରୋ

ଇମ୍ଫାଲ: ମହାକାଶ ଗବେଷଣା ଦିଗରେ ମୁଖ୍ୟତଃ କାମ କରୁଥିବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ), ଭାରତକୁ ସୁରକ୍ଷିତ ରଖିବା ଦିଗରେ ମଧ୍ୟ ଦେଉଥିବା ଅବଦାନ ସମ୍ପର୍କରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ୍ ସୂଚନା ଦେଇ କହିଛନ୍ତି, ଭାରତର କୌଣସି ଶତ୍ରୁ ବର୍ତ୍ତିପାରିବେନାହିଁ । ଅନ୍ତରୀକ୍ଷରୁ ଇସ୍ରୋ ସେମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିଛି । ଭାରତର ସ୍ଥଳ ଓ ଜଳ ସୀମାରେଖାରେ (୭୦୦୦ କିଲୋମିଟର ପରିବ୍ୟାପ୍ତ) ୨୪ ଘଣ୍ଟିଆ ନଜର ରଖିଛନ୍ତି ଇସ୍ରୋର ୧୦ ସାଟେଲାଇଟ୍ । ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ତଥ୍ୟ ଏବଂ କୌଣସି ସଙ୍ଗଠନର ସନ୍ଦେହମୂଳକ କାର୍ଯ୍ୟକଳାପ ବିଷୟରେ ଏହି ସାଟେଲାଇଟ୍‌ଗୁଡ଼ିକ ନିରବଚ୍ଛିନ୍ନ ଭାବେ ତଥ୍ୟ ପ୍ରଦାନ କରୁଛନ୍ତି ।

ମଣିପୁରର ଇମ୍ଫାଲରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରରେ ଭାରତର ସୁରକ୍ଷା ସମ୍ପର୍କରେ କହିବାକୁ ଯାଇ ଡ. ଭି ନାରାୟଣନ୍ ଏପରି ସୂଚନା ଦେଇଛନ୍ତି । ନାରାୟଣନ୍ କହିଛନ୍ତି, “ଯଦି ଆମେ ଆମ ଦେଶର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଚାହିଁବା, ତାହାଲେ ଆମକୁ ନିରନ୍ତର ଭାବେ ଉତ୍ତର ଅଞ୍ଚଳ ଏବଂ ସାମୁଦ୍ରିକ ଅଞ୍ଚଳ ଉପରେ ନଜର ରଖିବାକୁ ପଡିବ । ଆମେ ସାଟେଲାଇଟ ଏବଂ ଡ୍ରୋନ ଟେକ୍ନୋଲୋଜି ବିନା ଦେଶକୁ ପୂର୍ଣ୍ଣ ସୁରକ୍ଷା ଦେଇପାରିବା ନାହିଁ । ବିଶେଷ କରି ବର୍ତ୍ତମାନର ପରିସ୍ଥିତି ସମୟରେ ସାଟେଲାଇଟ ଦ୍ୱାରା ଶତ୍ରୁ ପକ୍ଷର ଗତିବିଧି ଉପରେ ନଜର ରଖାଯାଇଛି । ପାକିସ୍ତାନ ସହ ଅନ୍ୟ ଶତ୍ରୁଙ୍କ ଉପରେ ମଧ୍ୟ ନଜର ରଖିଛି ଇସ୍ରୋ । ଦେଶର ସୁରକ୍ଷା ପାଇଁ ଅନବରତ କାମ କରୁଛନ୍ତି ଏହି ସାଟେଲାଇଟଗୁଡ଼ିକ ।” ଏହି ଅବସରରେ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ୍ ଯୁବପିଢିଙ୍କୁ ମହାକାଶ ବିଜ୍ଞାନ ଓ ଟେକ୍ନୋଲୋଜି ରେ ଭାଗ ନେଇ ଦେଶର ପ୍ରଗତିରେ ସାମିଲ ହେବାକୁ ଅହ୍ୱାନ କରିଛନ୍ତି । ସୂଚନାଯୋଗ୍ୟ, ଭାରତ ଓ ପାକିସ୍ଥାନ ମଧ୍ୟରେ ଉତ୍ତେଜନା ସମୟରେ ଭାରତ ତାର ଆଡଭାନ୍ସଡ ଟେକ୍ନୋଲୋଜି ଓ ପ୍ରତିରକ୍ଷା ପ୍ରସ୍ତୁତି ଦ୍ୱାରା ଶତ୍ରୁ ପାକିସ୍ତାନକୁ ମାତ୍ ଦେଇଛି । ଅପରେସନ ସିନ୍ଦୂରରେ ଭାରତ ବ୍ୟବହାର କରିଥିବା ଡ୍ରୋନ ମିସାଇଲ ଓ ଏୟାର ଡିଫେନ୍ସ ସିଷ୍ଟମ କେତେ ଆଡଭାନ୍ସଡ ସେସବୁର ପ୍ରମାଣ ସମଗ୍ର ବିଶ୍ୱ ସମ୍ମୁଖରୋ ପ୍ରତିଫଳିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking