29.1 C
Bhubaneswar
Friday, October 4, 2024
Homeଦେଶ ବିଦେଶ୬୦ ବର୍ଷ ବିବାଦର ଅନ୍ତ: ମରିସସ୍ ଫେରିପାଇବ ‘ଚାଗୋସ୍‌’ ଦ୍ୱୀପ

୬୦ ବର୍ଷ ବିବାଦର ଅନ୍ତ: ମରିସସ୍ ଫେରିପାଇବ ‘ଚାଗୋସ୍‌’ ଦ୍ୱୀପ

ଲଣ୍ଡନ: ‘ଚାଗୋସ୍‌’ ଦ୍ୱୀପସମୂହକୁ ନେଇ ବ୍ରିଟେନ୍ ଓ ମରିସସ୍ ମଧ୍ୟରେ ପ୍ରାୟ ୬୦ ବର୍ଷ ଧରି ଯେଉଁ ବିବାଦ ଲାଗିରହିଥିଲା, ତାହାର ଅନ୍ତ ଘଟିଛି । ଉଭୟ ଦେଶ ମଧ୍ୟରେ ଶେଷରେ ବୁଝାମଣା ସ୍ଥାପନ ହୋଇଛି । ବୁଝାମଣା ଅନୁସାରେ ମରିସସ୍‌କୁ ଏହାର ଚାଗୋସ୍ ଦ୍ୱୀପକୁ ବ୍ରିଟେନ୍ ଫେରାଇଦେବ । ବ୍ରିଟେନ୍ ପଟେ ଥିବା ଭାରତ ମହାସାଗରରେ ଏହି ଦ୍ୱୀପସମୂହ ରହିଛି । ଏଠାରେ ପୂର୍ବରୁ ମରିସସ୍‌ର ହକ୍ ଥିଲା । କିନ୍ତୁ ଜୋର ଜବରଦସ୍ତ ଛଡ଼ାଇ ନେଇଥିଲା ବ୍ରିଟେନ୍ । ଭାରତ କିନ୍ତୁ ଏହି ପ୍ରସଙ୍ଗରେ ମରିସସ୍‌କୁ ଖୋଲାଖୋଲି ଭାବେ ସମର୍ଥନ ଜଣାଇଥିଲା ।

ସାମରିକ ଦୃଷ୍ଟିକୋଣରୁ ଚାଗୋସ୍ ଦ୍ୱୀପ ବେଶ୍ ମହତ୍ତ୍ୱପୂର୍ଣ୍ଣ କୁହାଯାଉଛି । ବ୍ରିଟେନ୍ କହିଛି ଯେ ଦୁଇଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଚାଗୋସ୍ ଦ୍ୱୀପର ଅଖଣ୍ଡତା ଏଣିକି ମରିସସ୍ ହାତକୁ ଯିବ । ଏହାଦ୍ୱାରା ଅନେକ ଦଶନ୍ଧି ତଳେ ଦ୍ୱୀପରୁ ବିସ୍ଥାପିତ ହୋଇଥିବା ଲୋକମାନେ ପୁନର୍ବାର ନିଜ ଘରକୁ ଫେରିବାକୁ ଅନୁମତି ପାଇବେ । ତେବେ ଭାରତ ମହାସାଗରର ଡିଏଗୋ ଗାର୍ସିଆ ଦ୍ୱୀପରେ ଥିବା ବ୍ରିଟେନ୍‌-ଆମେରିକା ସାମରିକ ଘାଟିକୁ ବ୍ରିଟେନ୍ ବ୍ୟବହାର କରିପାରିବ । ଉଲ୍ଲେଖଯୋଗ୍ୟ, ଆମେରିକା ସହ ମିଶି ବ୍ରିଟେନ୍ ଚାଗୋସ୍‌ର ଡିଏଗୋ ଗାର୍ସିଆ ଦ୍ୱୀପରେ ସାମରିକ ଘାଟି ପରିଚାଳନା କରୁଛି । ଏହା ଭାରତ ମହାସାଗରରେ ଊଭୟଙ୍କୁ ରଣନୀତିକ ଫାଇଦା ପ୍ରଦାନ କରୁଛି ।

ସୂଚନାଯୋଗ୍ୟ, ୧୯୬୦-୭୦ ଦଶକରେ ବ୍ରିଟେନ୍ ଚାଗୋସ ଦ୍ୱୀପ ସମୂହରେ ରହୁଥିବା ଲୋକମାନଙ୍କୁ ବିଦା କରିଦେଇଥିଲା । ଏହି ଘଟଣାକୁ ମାନବତା ବିରୋଧୀ ଅପରାଧ ବିବେଚନା କରାଯାଇଥିଲା । ୧୯୬୮ରେ ଯେତେବେଳେ ମରିସସ୍ ସ୍ୱାଧୀନ ହେଲା, ତାହା ପରେ ବି ବ୍ରିଟେନ୍ ଏହି କ୍ଷେତ୍ର ଉପରେ ନିଜ କବ୍‌ଜା ଜାରି ରଖିଥିଲା । ୧୮୧୪ରୁ ଏହା ଉପରେ ବ୍ରିଟେନ୍‌ର ନିୟନ୍ତ୍ରଣ ରହିଥିଲା । ମରିସସ୍ ଓ ସେସେଲ୍ସର ପ୍ରାୟ ୨ ହଜାର ଲୋକଙ୍କୁ ବ୍ରିଟେନ୍ ତଡ଼ିଦେଇଥିଲା । ଏହାପରେ ଏଠାରେ ସାମରିକ ଘାଟି ପ୍ରତିଷ୍ଠା ଲାଗି ଆମେରିକାକୁ ଆମନ୍ତ୍ରଣ କରିଥିଲା । ୨୦୧୯ରୁ ୨୦୨୧ ମଧ୍ୟରେ ଅନ୍ତର୍ଜାତୀୟ ଅଦାଲତ ବି ମରିସସ୍ ପକ୍ଷରେ ରାୟ ଦେଇଥିଲେ । କୋର୍ଟ କହିଥିଲେ କି ବ୍ରିଟେନ୍ ୧୯୬୮ରେ ମରିସସ୍‌କୁ ସ୍ୱାଧୀନତା ଦେବା ପୂର୍ବରୁ ଚାଗୋସ୍ ଦ୍ୱୀପସମୂହକୁ ମରିସସ୍‌ଠାରୁ ବେଆଇନ ଭାବେ ପୃଥକ୍ କରିଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking