28.1 C
Bhubaneswar
Thursday, March 5, 2026
Homeଓଡିଶାକିନ୍ନର ହତ୍ୟା ଅଭିଯୁକ୍ତକୁ ଏନ୍‌କାଉଣ୍ଟର

କିନ୍ନର ହତ୍ୟା ଅଭିଯୁକ୍ତକୁ ଏନ୍‌କାଉଣ୍ଟର

କୋଣାର୍କ: ସାଲେପୁର ଅଞ୍ଚଳର ସୋନା କିନ୍ନର(ଦିନେଶ ରାଉତ)ଙ୍କ ହତ୍ୟା ଅଭିଯୁକ୍ତକୁ ପୁଲିସ୍ ଏନ୍‌କାଉଣ୍ଟର କରିଛି। ସେ ହେଉଛନ୍ତି କୋଣାର୍କ ଥାନା ଅଧୀନ ଅଚ୍ୟୁତପୁର ପଞ୍ଚାୟତ ଅନ୍ତର୍ଗତ ନିଜିରୂପାସ ଗ୍ରାମର କୁଖ୍ୟାତ ଅପରାଧୀ କ୍ରୀଷ୍ଣା କାଣ୍ଡି(୨୫)। ପିପିଲି-ଉତ୍ତରା ବାଇପାସ୍ ମୁଖ୍ୟ ରାସ୍ତା ନାୟରା ପେଟ୍ରୋଲ ଟାଙ୍କି ନିକଟରେ ଏହି ଏନ୍‌କାଉଣ୍ଟର କରାଯାଇଛି। ପ୍ରକାଶ ଯେ ପିପିଲି ବାଇପାସ୍‌ରେ ଗତ ୧ ତାରିଖରେ ସୋନା କିନ୍ନରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ କ୍ରୀଷ୍ଣା ସମ୍ପୃକ୍ତ ଥିବାକୁ ନେଇ ଆଜି ପୁରୀ ଏସ୍‌ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ପୁଲିସ ଓ ସ୍ପେସିଆଲ୍ ପୁଲିସର ଦୁଇଟି ସ୍ୱତନ୍ତ୍ର ସ୍କ୍ୱାଡ ତାକୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ରାତି ୮.୩୦ ମିନିଟରେ ଅଭିଯୁକ୍ତ କ୍ରୀଷ୍ଣା ସେଇବାଟରେ ନିଜ ବାଇକ୍‌ରେ ଦ୍ରୁତ ଗତିରେ ଯାଉଥିବା ଦେଖି ତାକୁ ପୁଲିସ୍ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ସେ ପୁଲିସ ଉପରକୁ ପ୍ରଥମେ ଗୁଳି ଚଳାଇଥିଲା। ତେବେ ପୁଲିସ ତା’ର ପିଛା କରି ନାୟରା ପେଟ୍ରୋଲ ଟାଙ୍କି ନିକଟରେ ପାଲଟା ଗୁଳିମାଡ଼ କରିଥିଲା। କ୍ରୀଷ୍ଣାର ବାମ ଗୋଡ଼ରେ ଗୁଳି ବାଜିଥିବାବେଳେ ତାକୁ କଟକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking