13.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଅବୁଝମାଦ ଜଙ୍ଗଲରେ ଏନ୍‌କାଉଣ୍ଟର ୬ ହାର୍ଡକୋର ମାଓବାଦୀ ସଫା

ଅବୁଝମାଦ ଜଙ୍ଗଲରେ ଏନ୍‌କାଉଣ୍ଟର ୬ ହାର୍ଡକୋର ମାଓବାଦୀ ସଫା

ରାୟପୁର : ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅବୁଝମାଦର ଘନ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ବସ୍ତର ଆଇଜି ସୁନ୍ଦରାଜ ପି. ସୂଚନା ଦେଇଛନ୍ତି । ଆଇଜିଙ୍କ କହିବାନୁସାରେ ମାଓବାଦୀ କ୍ୟାଡରଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି), ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ (ଏସ୍‌ଟିଏଫ୍‌) ଏବଂ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) କୁ ନେଇ ଗଠିତ ସୁରକ୍ଷା କର୍ମୀଙ୍କ ମିଳିତ ଦଳ ଏହି ଅଞ୍ଚଳରେ ଏକ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ତେବେ ଏହି ସମୟରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖି ଗୁଳି ଫୁଟାଇଥିଲେ । ସୁରକ୍ଷାକର୍ମୀ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏନ୍‌କାଉଣ୍ଟରେ ବର୍ତ୍ତମାନ ସୁଦ୍ଧା ୬ ମାଓବାଦୀଙ୍କ ମୃତଦେହ ଜବତ କରାଯାଇଥିବା ବେଳେ ଘଟଣାସ୍ଥଳରୁ ଏକେ-୪୭, ଏସ୍‌ଏଲ୍‌ଆର୍ ରାଇଫଲ୍ସ ସମେତ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି । ତେବେ ଅଧିକ ମାଓବାଦୀ ମୃତାହତ ଆଶଙ୍କାରେ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି ବୋଲି ଆଇଜି କହିଛନ୍ତି ।

ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ସୁରକ୍ଷା ବାହିନୀର ପ୍ରୟାସକୁ ପ୍ରଶଂସା କରି କହିଛନ୍ତି, ‘ନକ୍ସଲବାଦ ଯୋଗୁଁ ବସ୍ତର ପ୍ରଗତି ଦୃଷ୍ଟିରୁ ପଛରେ ପଡ଼ିଯାଇଥିଲା । କିନ୍ତୁ ଏବେ ସୁରକ୍ଷା ବାହିନୀର ପ୍ରୟାସ ଯୋଗୁଁ ବସ୍ତରରେ ନକ୍ସଲବାଦ ଶେଷ ନିଶ୍ୱାସ ନେଉଛି । ଆମର ସୁରକ୍ଷା ବାହିନୀ ଗତ ଦେଢ଼ ବର୍ଷ ଧରି ଶକ୍ତି ସହିତ ନକ୍ସଲବାଦୀଙ୍କ ସହିତ ଲଢ଼ି ଆସୁଛନ୍ତି, ଏବଂ ଆମେ ଡବଲ-ଇଞ୍ଜିନ ସରକାରରୁ ମଧ୍ୟ ଲାଭ ପାଉଛୁ । ସୁରକ୍ଷା କର୍ମୀଙ୍କ ଏହି ସାହସିକ ଉଦ୍ୟମ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲ ଉପସ୍ଥିତିକୁ ସମାପ୍ତ କରିବା ପାଇଁ ସରକାରଙ୍କ ପ୍ରୟାସକୁ ପ୍ରତିଫଳିତ କରୁଛି । ପ୍ରକାଶ, ନାରାୟଣପୁର ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷ ଅନେକ ବଡ଼ ନକ୍ସଲ ବିରୋଧୀ ଅପରେସନ୍ ହୋଇଛି । ଗତ ମେ’ ମାସରେ ହୋଇଥିବା ଏକ ମାଓ ବିରୋଧରେ ଅପରେସନ୍ ଯେଉଁଥିରେ ୨୬ ମାଓବାଦୀ ନିହତ ହୋଇଥିଲେ ଏକ ବଡ଼ ସଫଳତା ଥିଲା । ଏହାପର ଠାରୁ ସୁରକ୍ଷା ବଳ ନିୟମିତ ଭାବେ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking