27.1 C
Bhubaneswar
Sunday, February 22, 2026
Homeଓଡିଶାଅଭିଯୋଗର ଶୀଘ୍ର ସମାଧାନ ଉପରେ ଗୁରୁତ୍ୱାରୋପ : ଉପମୁଖ୍ୟମନ୍ତ୍ରୀ

ଅଭିଯୋଗର ଶୀଘ୍ର ସମାଧାନ ଉପରେ ଗୁରୁତ୍ୱାରୋପ : ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଏବଂ ପ୍ରଧାନମନ୍ତ୍ରୀ-କୁସୁମ ଭଳି ଶକ୍ତି ବିଭାଗର ପ୍ରମୁଖ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମୀକ୍ଷା କରିଛନ୍ତି। ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନା ଓଡ଼ିଶାର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି, ଓଡ଼ିଶା ଏକ ସ୍ଥାୟୀ, ଆତ୍ମନିର୍ଭରଶୀଳ ଶକ୍ତି ଭବିଷ୍ୟତର ଲକ୍ଷ୍ୟରେ ଅଗ୍ରସର ହେଉଛି – ଯେଉଁଠାରେ ନବସୃଜନ ଅନ୍ତର୍ଭୁକ୍ତିକରଣର ସମନ୍ୱୟରେ ପ୍ରତ୍ୟେକ ପରିବାର ଏବଂ ଚାଷୀ ସଶକ୍ତ ହୁଅନ୍ତି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ମୋଟ ୧,୨୮,୩୩୬ ଆବେଦନ କରିଛନ୍ତି, ଯେଉଁଥିରୁ ୧,୨୭,୮୨୦ଟି ଆବେଦନ ସମ୍ଭାବ୍ୟତାକୁ ଅନୁମୋଦନ ଦିଆଯାଇଛି। ଏଯାବତ ୩୩.୬ ମେଗାୱାଟ କ୍ଷମତା ସ୍ଥାପନ କରାଯାଇଛି। ସେହିପରି, ପ୍ରଧାନମନ୍ତ୍ରୀ-କୁସୁମ ଯୋଜନାରେ, ୫୦ ମେଗାୱାଟ କ୍ଷମତାକୁ ଓଡ଼ିଶା ବିଦ୍ୟୁତ ନିୟାମକ (OERC) ଦ୍ୱାରା ଅନୁମୋଦନ ପ୍ରାପ୍ତ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ବିଭାଗ ଦ୍ୱାରା ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ, ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ଅଭିଯୋଗର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିୟମିତ ଭାବରେ ଭେଣ୍ଡରମାନଙ୍କର କାର୍ଯ୍ୟଦକ୍ଷତା ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଠିକଭାବେ କାର୍ଯ୍ୟ କରୁନଥିବା ଭେଣ୍ଡରଙ୍କ ପଞ୍ଜିକରଣ ରଦ୍ଦ କରିବାକୁ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି।

ଶକ୍ତି ବିଭାଗ ପ୍ରମୁଖ ସଚିବ ଶ୍ରୀ ବିଶାଳ ଦେବ, ବିତ୍ତପରାମର୍ଶ ଦାତା-ତଥା-ସ୍ୱତନ୍ତ୍ର ସଚିବ ଶ୍ରୀ ଦେବିଦତ୍ତ ତ୍ରିପାଠି, ଅତିରିକ୍ତ ସଚିବ ଶ୍ରୀ ସାଈଦତ୍ତ ବିପ୍ଳବ କେଶରୀ ପ୍ରଧାନ, ଓରେଡା, ଟାଟା ପାୱାର ଏବଂ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ସେମାନଙ୍କର ସୁଦୃଢ଼ ଏବଂ ରଣନୈତିକ ରୋଡମ୍ୟାପ୍ ପ୍ରଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking