ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ୩ୟ କର୍ପୋରେଟ୍ସାମାଜିକ ଦାୟିତ୍ୱ ପରିଷଦ (ସିଏସ୍ଆର୍) ବୈଠକଗତ ଗୁରୁବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ଶିଳ୍ପ ସଂସ୍ଥାମାନଙ୍କ ଦ୍ୱାରା ସିଏସ୍ଆ ର୍ପାଣ୍ଠି ଉପଯୋଗ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ଥିଲା।ବିଗତ ୨୦୧୪ ରୁ ୨୦୨୪ ପର୍ଯ୍ୟନ୍ତ ୧୦ବର୍ଷ ମଧ୍ୟରେ ବିଭିନ୍ନ ଶିଳ୍ପ ସଂସ୍ଥା ପକ୍ଷରୁ କରାଯାଇ ଥିବା ସିଏସଆର ପାଣ୍ଠି ଖର୍ଚ୍ଚ ସଂପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ସିଏସଆର ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକ୍ରମର ସୂଚନା ପାଇଁ ବ୍ୟବହୃତ ‘ଗୋକେୟାର’ ପୋର୍ଟାଲରେ ସଦ୍ୟତମ ସ୍ଥିତି ଅନୁସାରେ ବିଗତ ଆର୍ଥିକ ୧୦ ବର୍ଷରେ ବିଭିନ୍ନ ଶିଳ୍ପ ସଂସ୍ଥା ତରଫରୁ ୧୩,୫୯୯ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ୪୩୧୨.୨୨କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାଯାଇଛି। ଏହି ବର୍ଷ ମଧ୍ୟରେ ପ୍ରମୁଖ ୧୦ଟି କମ୍ପାନୀ କେତେ ସିଆର ପାଣ୍ଠି ଖର୍ଚ୍ଚକରିଛନ୍ତି, ତାହାର ଅନୁଧ୍ୟାନ କରାଯାଇଥିଲା। ରାଜ୍ୟରେ ବିଭିନ୍ନ ଶିଳ୍ପ ସଂସ୍ଥା ମଧ୍ୟରେ ମହାନଦୀ କୋଲଫିଲ୍ଡ ଲିମିଟେଡ, ଟାଟା ଷ୍ଟିଲ ଲିଃ., ରୁଙ୍ଗଟା, ନାଲକୋ, ଓଏମସି, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିଃ., ହିନ୍ଦୁସ୍ତାନ ଏରୋନଟିକ୍ ଲିଃ., ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ, ରାଉରକେଲା, ବେଦାନ୍ତ ଲିଃ, ଜେକେପେପର ଲିଃ.ସବୁଠାରୁ ଅଧିକ ସିଏସଆଆର ପାଣ୍ଠି ଉପଯୋଗ କରିଥିବା ବୈଠକରୁ ଜଣାଯାଇଛି । ଶିକ୍ଷା ଓ ଦକ୍ଷତାବିକାଶ, ସ୍ୱାସ୍ଥ୍ୟସେବା, ଗ୍ରାମ୍ୟଉନ୍ନୟନ, ସ୍ୱଚ୍ଛଭାରତ, ପରିବେଶ, କ୍ରୀଡା, ବିପର୍ଯ୍ୟୟପରିଚାଳନା, ଜାତୀୟଏୖତିହ୍ୟସ୍ଥଳରସୁରକ୍ଷା, ବସ୍ତିଅଂଚଳଉନ୍ନୟନ, ଲିଙ୍ଗଗତସମାନତାଓସଶକ୍ତିକରଣ, ରିଲିଫପାଣ୍ଠିକୁସହାୟତା, ସାମରିକବାହିନୀକୁସହାୟତା, ବୈଷୟିକଜ୍ଞାନକୌଶଳଆଦିକ୍ଷେତ୍ରରେଖର୍ଚ୍ଚକରାଯାଇଛି।ଜିଲ୍ଲାସ୍ତରରେ ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବା ସିଏସ୍ଆର୍ ବୈଠକ ଏବଂ ବିଭିନ୍ନ ବିଭାଗ ତରଫରୁ ଦିଆଯାଉଥିବା ପ୍ରସ୍ତାବ କାର୍ଯ୍ୟକାରୀ କରାଯାଉଛି । ଉପସ୍ଥିତ ଶିଳ୍ପ ସଂସ୍ଥାମାନଙ୍କ ତରଫରୁ ବିଭିନ୍ନ କ୍ଷେତ୍ରରେ ନିଜ ନିଜର ସିଏସଆର ପାଣ୍ଠି ଉପଯୋଗ ସଂପର୍କରେ ଉପସ୍ଥାପନ କରିଥିଲେ ।ବୈଠକରେ ଅନ୍ୟକେତେକଅଧିକପୁଞ୍ଜିନିବେଶକରୁଥିବାବୃହତ୍କମ୍ପାନୀମାନଙ୍କୁସିଏସଆରକାଉସିଲରେଅନ୍ତର୍ଭୁକ୍ତକରିବାକୁବୈଠକରେ ପ୍ରସ୍ତାବଦିଆଯାଇଥିଲା।
କମ୍ପାନୀଆଇନ-୨୦୧୩ଧାରା୭ଅନୁସାରେସିଏସ୍ଆର୍ପାଣ୍ଠିଉପଯୋଗକରାଯାଉଛି।୫୦୦କୋଟିବାତଦୁର୍ଦ୍ଧ୍ୱ ନେଟ୍ମୂଲ୍ୟ, ୧୦୦୦କୋଟିବାତାଠାରୁଅଧିକକାରବାରକରୁଥିବା, ୫କୋଟିରୁଉର୍ଦ୍ଧ୍ୱନିଟ୍ ଲାଭକରୁଥିବାକମ୍ପାନୀମାନେସେମାନଙ୍କରନିଟ୍ ଲାଭର୨ପ୍ରତିଶତଖର୍ଚ୍ଚସିଏସ୍ଆର୍ ବାବଦକୁ ଖର୍ଚ୍ଚ କରିବାରପ୍ରବଧାନରହିଛି।୨୦୧୭ଜୁନରେରାଜ୍ୟସିଏସ୍ଆର୍କାଉନ୍ସିଲଗଠନକରାଯାଇଥିଲା।ଏଥିରେମୁଖ୍ୟଶାସନସଚିବ ଥିବା ବେଳେଉନ୍ନୟନକମିଶନର, ୧୦ଟିବିଭିନ୍ନବିଭାଗ, ଓଏମ୍ସି, ନାଲକୋଏବଂ୮ଟିପ୍ରମୁଖଶିଳ୍ପସଂସ୍ଥାସହ୨ଟିସ୍ୱେଚ୍ଛାସେବୀସଂଗଠନରରାଜ୍ୟମୁଖ୍ୟସଦସ୍ୟରହିଛନ୍ତି। ମୁଖ୍ୟଶାସନସଚିବଶ୍ରୀଆହୁଜାସିଏସ୍ଆର ପାଣ୍ଠି ସଠିକ୍ ଉପଯୋଗ ସଂପର୍କରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ,ଏହି ସିଏସ୍ଆର୍ ପଦକ୍ଷେପ ରାଜ୍ୟ ତଥା ଦେଶର ନିରନ୍ତର ବିକାଶ ଲକ୍ଷ୍ୟ ହାସଲରେ ସରକାରୀ-ଘରୋଇ ଭାଗିଦାରିତା ସହଯୋଗକୁ ପ୍ରୋତ୍ସାହିତ କରୁଛି । ଶିଳ୍ପ ସଂସ୍ଥାମାନେ ଶିଳ୍ପ ଦ୍ୱାରା ପ୍ରଭାବିତହେଉଥିବାଅଂଚଳରେସଡ଼କ, ଭିତ୍ତିଭୂମିରବିକାଶ, ପାନୀୟଜଳ,ଶିକ୍ଷା, ସ୍ୱାସ୍ଥ୍ୟସେବାଆଦିକୁ ଦୃଷ୍ଟି ଦେଇଅଂଚଳରସର୍ବାଙ୍ଗୀନବିକାଶରେସହଯୋଗୀହୁଅନ୍ତୁ । ନିରନ୍ତର ବିକାଶ ଲକ୍ଷ୍ୟ ହାସଲରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଚାଲୁ ରହିଛି । ଏଥିରେ ରହୁଥିବା ଅଗ୍ରାଧିକାର ବ୍ୟବଧାନ କ୍ଷେତ୍ରକୁ ଦୃଷ୍ଟିରେ ରଖି ଶିଳ୍ପସଂସ୍ଥାମାନେରାଜ୍ୟରପ୍ରମୁଖଆକାଂକ୍ଷୀଜିଲ୍ଲାଗୁଡିକରେଦକ୍ଷତାବିକାଶ, ଜୀବିକା ନିର୍ବାହ , କ୍ରୀଡାରବିକାଶ ଏବଂ ଅନ୍ୟାନ୍ୟ ଉନ୍ନୟନମୁଳକକାର୍ଯ୍ୟକ୍ରମରେ ସହଯୋଗକରିବାକୁସେ ପରାମର୍ଶଦେଇଥିଲେ।
ଉନ୍ନୟନକମିଶନରଶ୍ରୀମତୀଅନୁଗର୍ଗ ଯୋଗଦେଇ କହିଥିଲେ ଯେ, ରାଜ୍ୟରପ୍ରଗତିକୁଶକ୍ତିଯୋଗାଇବାରେ ସିଏସଆରପାଣ୍ଠିରଉତ୍ତମବ୍ୟବହାର ଗୁରୁତ୍ୱ ବହନ କରୁଛି ।ଏକ୍ଷେତ୍ରରେଶିଳ୍ପସଂସ୍ଥାମାନେନିଜ ନିଜର ଉତ୍ତମଅଭ୍ୟାସ (ବେଷ୍ଟ ପ୍ରାକ୍ଟିସେସ୍) କାର୍ଯ୍ୟକାରୀକରିବାକୁସେପରାମର୍ଶଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତଥା ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଶିଳ୍ପ ଏବଂ ଏମଏସଏମଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲଙ୍କ ସମେତ ପ୍ରମୁଖ ଶିଳ୍ପ ଅନୁଷ୍ଠାନର ଓଡ଼ିଶା ରାଜ୍ୟ ମୁଖ୍ୟ, ରାଜ୍ୟ ଶିଳ୍ପ ବିଭାଗ ଏବଂ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।










