21.1 C
Bhubaneswar
Thursday, December 11, 2025
Homeଦେଶ ବିଦେଶଟ୍ରମ୍ପ୍‌ଙ୍କ ସହ ଏଲନ୍‌ଙ୍କ ଶୀତଳ ଯୁଦ୍ଧ

ଟ୍ରମ୍ପ୍‌ଙ୍କ ସହ ଏଲନ୍‌ଙ୍କ ଶୀତଳ ଯୁଦ୍ଧ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ଟେସଲା ସିଇଓ ଏଲନ ମସ୍କଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ଆହୁରି ଘନେଇବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଏଲନ୍ ମସ୍କ ଏବେ ନିଜର ଏକ ରାଜନୈତିକ ଦଳ ଗଠନ କରିବାକୁୂ ଆଗଭର ହୋଇଛନ୍ତି । ସେ ନିଜେ ଏସମ୍ପର୍କରେ ସୂଚନା ଦେଇଛନ୍ତି । ମସ୍କଙ୍କ ଏହି ଘୋଷଣା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ଚାଲିଥିବା ବିବାଦ ମଧ୍ୟରେ ଆସିଛି । ରିପୋର୍ଟ ଅନୁସାରେ ମସ୍କ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଲ କରି ଆମେରିକାବାସୀଙ୍କ ନିକଟରେ ଏକ ପ୍ରଶ୍ନ ରଖିଥିଲେ । ମସ୍କ ଲେଖିଥିଲେ, ଆମେରିକାରେ ମଧ୍ୟମଣ୍ଡଳୀୟ ବର୍ଗରଲୋକଙ୍କୁ ପ୍ରତିନିଧିତ୍ୱ କରୁଥିବା ଏକ ନୂଆ ରାଜନୈତିକ ଦଳ ଗଠନର ସମୟ ଆସିଛି କି? ଏହି ପୋଲରେ ୮୧% ଭୋଟର ହଁ ବୋଲି ମତ ଦେଇଥିଲେ । ମସ୍କ ଏହାକୁ ଭାଗ୍ୟର ନିର୍ଦ୍ଦେଶ ବୋଲି ଅଭିହିତ କରି ନୂଆ ଦଳର ନାମ ‘ଦି ଆମେରିକାନ୍ ପାର୍ଟି’ ରଖିବାକୁ ସମର୍ଥନ ଦେଇଛନ୍ତି ।

ପ୍ରକାଶ, ଆମେରିକାରେ ଆଜି ପର୍ଯ୍ୟନ୍ତ ଦୁଇ ରାଜନୈତିକ ଦଳୀୟ (ରିପବ୍ଲିକାନ୍ ଏବଂ ଡେମୋକ୍ରାଟ୍‌) ନିର୍ବାଚନ ବ୍ୟବସ୍ଥା ପ୍ରଚଳିତ ରହିଆସିଛି । ସୁତରାଂ ଏହାକୁ ଚ୍ୟାଲେଞ୍ଜ୍ କରିବା ଏବଂ ଏକ ତୃତୀୟ ଦଳ ଗଠନ ପୂର୍ବକ ଆମେରିକା ରାଜନୈତିକ ବ୍ୟବସ୍ଥାରେ ଏଣ୍ଟ୍ରି କରିବା ଏତେ ସହଜ କଥା ନୁହେଁ ବୋଲି ବିଶ୍ୱର ଅନେକ ବଡ଼ବଡ଼ ରାଜନୈତିକ ବିଶେଷଜ୍ଞମାନେ ଅନୁଭବ କରୁଛନ୍ତି । କାରଣ ଆମେରିକାରେ ନୂଆ ଦଳକୁ ନିର୍ବାଚନରେ ସଫଳତା ପାଇବା ପାଇଁ ହେଲେ ବିଭିନ୍ନ ରାଜ୍ୟର ଜଟିଳ ନିୟମାବଳୀ ପାଳନ କରିବାକୁ ପଡିବ । ମସ୍କ, ଟ୍ରମ୍ପ୍‌ଙ୍କ ଟିକସ ବିଲ୍ (ବିଗ୍ ବ୍ୟୁଟିଫୁଲ୍ ବିଲ୍‌) ଉପରେ ଅସନ୍ତୋଷ ପ୍ରକାଶ କରିବା ପରେ ଟ୍ରମ୍ପ୍ ସୋସିଆଲ ମିଡ଼ିଆରେ ମସ୍କଙ୍କ ମନୋଭାବ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ମସ୍କ ଟ୍ରମ୍ପ୍ ସରକାରଙ୍କ ନୂଆ ବିଭାଗ ଡିଓଇଜି’ର ମୁଖ୍ୟ ପଦରୁ ଇସ୍ତଫା ଦେବା ପରେ ଟ୍ରମ୍ପ୍ ଏଲନ ମସ୍କଙ୍କ ଲାଗି ସବୁଦିନ ପାଇଁ ହ୍ୱାଇଟ୍ ହାଉସ୍ ବନ୍ଦ କରିଥିଲେ । ମସ୍କ ସୋସିଆଲ ମିଡିଆରେ କହିଥିଲେ ଯେ, ଟ୍ରମ୍ପ୍ ଜଣେ ମାନସିକ ଅସ୍ଥିର ବ୍ୟକ୍ତି । ଟ୍ରମ୍ପ୍ ଜଣେ ସ୍ୱେଚ୍ଛାଚାରୀ ଶାସକଙ୍କ ଭଳି ନିଷ୍ପତ୍ତି ନେଉଛନ୍ତି ।

‘ବିଗ୍ ବ୍ୟୁଟିଫୁଲ ବିଲ’ରେ ଟ୍ୟାକ୍ସ କମେଇବା, ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି କରିବା ଓ ସରକାରୀ ଋଣ ବୃଦ୍ଧି କରୁଥିବା ବ୍ୟବସ୍ଥା ରହିଛି । ଏହା ଅତ୍ୟନ୍ତ ଘୃଣ୍ୟ ଅସଙ୍ଗତି । ଏହା ଆମେରିକାର ଅର୍ଥନୀତିକୁ ଦୁର୍ବଳ କରିବ ବୋଲି ମସ୍କ କହିଛନ୍ତି । କେବଳ ସେତିକି ନୁହେଁ ମସ୍କ ଦାବି କରିଛନ୍ତି ଯେ, ଯଦି ତାଙ୍କର ୨୫୯ ମିଲିୟନ ଡଲାରରୁ ଅଧିକ ଆର୍ôଥକ ସହାୟତା ନଥାନ୍ତା ତେବେ ଟ୍ରମ୍ପ ୨୦୨୪ ର୍ନିବାଚନ ଜିତିପାରିନଥାନ୍ତେ । ଏହାପର ଠାରୁ ମସ୍କ-ଟ୍ରମ୍ପ୍ ବିବାଦ ଶିଖର ସ୍ତରରେ ପହଞ୍ôଚଛି । ଅନ୍ୟପକ୍ଷେ ଟ୍ରମ୍ପ କହିଛନ୍ତି ମସ୍କ ଜଣେ ଦେଶଦ୍ରୋହୀ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଟ୍ରମ୍ପ୍‌, ମସ୍କଙ୍କୁ ମନରୁ ଅସୁସ୍ଥ ବୋଲି ଅଭିହିତ କରି ତାଙ୍କ କମ୍ପାନୀ ଟେସଲା ଓ ସ୍ପେସଏକ୍ସର ସରକାରୀ ଚୁକ୍ତି ଓ ସବସିଡି ବାତିଲ କରିବାକୁ ଧମକ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ସେ ଏଲନ ମସ୍କଙ୍କ ବିଷୟରେ ଚିନ୍ତା କରୁନାହିଁ । ମୁଁ ଚାଇନା, ରୁଷିଆ ଓ ଇରାନ ଭଳି ଗୁରୁତ୍ୱପୂର୍ଣ୍ଣ ମୁଦ୍ଦାରେ ବ୍ୟସ୍ତ ଅଛି । ସେ ମସ୍କଙ୍କ ସହ କଥାବାର୍ତ୍ତା କରିବାକୁ ଆଗ୍ରହୀ ନୁହନ୍ତି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ।ଏଭଳି ସ୍ଥିତିରେ ଯଦି ମସ୍କ ଏକ ନୂତନ ରାଜନୈତିକ ଦଳ ଗଠନ କରନ୍ତି, ତେବେ ଏହା ଆମେରିକାର ଇତିହାସରେ ଏକ ବଡ ଘଟଣା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking