20.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଏଲନ୍ ମସ୍କଙ୍କ ଶାଣିତ କଟାକ୍ଷ; ଆସନ୍ତା ନିର୍ବାଚନରେ ପରାଜିତ ହେବେ ଟ୍ରୁଡେୟୁ

ଏଲନ୍ ମସ୍କଙ୍କ ଶାଣିତ କଟାକ୍ଷ; ଆସନ୍ତା ନିର୍ବାଚନରେ ପରାଜିତ ହେବେ ଟ୍ରୁଡେୟୁ

ଓଟାୱା : ଆସନ୍ତା ବର୍ଷ ହେବାକୁ ଥିବା କାନାଡା ସାଧାରଣ ନିର୍ବାଚନରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡେୟୁ ନିଶ୍ଚିତ ରୂପେ ପରାଜୟ ବରଣ କରିବେ ବୋଲି କହିଛନ୍ତି ଟେସଲ୍‌ା କମ୍ପାନୀ ମୁଖ୍ୟ ଏଲନ୍ ମସ୍କ। ଟ୍ରୁଡେୟୁ ଏବଂ ତାଙ୍କ ସରକାରଙ୍କୁ ସମାଲୋଚନା ତଥା ଆକ୍ଷେପ କରିବା ପୂର୍ବକ ମସ୍କ କହିଛନ୍ତି, ନିଜ ଦେଶ କାନାଡାରେ ହିଁ ଟ୍ରୁଡେୟୁଙ୍କୁ ବିରୋଧାଭାସର ଶିକାର ହେବାକୁ ପଡିଛି। ତାଙ୍କ ନିଜର ସାଂସଦମାନେ ହିଁ ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ସେହିପରି ଏକ ନିର୍ଦ୍ଦିଷ୍ଟ ବର୍ଗଙ୍କ ସ୍ୱାର୍ଥ ପାଇଁ ଟ୍ରୁଡେୟୁ ଏବେ ସମଗ୍ର ଭାରତ ସହ ଶତ୍ରୁତା ଆଚରଣ କରୁଛନ୍ତି।

ପରିଣାମସ୍ୱରୂପ କାନାଡାରେ ଥିବା ମୂଳ ଭାରତୀୟ-କାନାଡୀୟ ନାଗରିକଙ୍କ ପାଇଁ ଟ୍ରୁଡେୟୁ ଏବେ ସମାଲୋଚନାର ପାତ୍ର ସାଜିଛନ୍ତି। ସୁତରାଂ ଏସବୁ ପରିସ୍ଥିତିରେ ଟ୍ରୁଡେୟୁ ଆସନ୍ତା ନିର୍ବାଚନରେ ପରାଜିତ ହେବା ନିଶ୍ଚିତ ବୋଲି ମସ୍କ କହିଛନ୍ତି। ବାସ୍ତବରେ ଜର୍ମାନ ଚାନ୍‌ସେଲ୍‌ର ଓଲାଫ୍ ସ୍କୋଲ୍‌ଜଙ୍କ ସହ କଥା ହେବା ସମୟରେ ହିଁ ମସ୍କ ଏପରି କହିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ମସ୍କଙ୍କ ଏପ୍ରକାର ବିବୃତିକୁ ନେଇ କାନାଡା ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିଜେ ଟ୍ରୁଡେୟୁ କହିଛନ୍ତି, କେଉଁ ମସ୍କ ଏପରି କହିଛନ୍ତି ସେ ଜାଣନ୍ତି ନାହିଁ। କିନ୍ତ ଆଗାମୀ ନିର୍ବାଚନରେ ତାଙ୍କ ସରକାର ପୁନର୍ବାର ସରକାର ଗଢ଼ିବାକୁ ଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking