25.1 C
Bhubaneswar
Tuesday, March 10, 2026
Homeଦେଶ ବିଦେଶଷ୍ଟାରଲିଙ୍କ ଇଣ୍ଟରନେଟ୍ ବିଭ୍ରାଟ ପରେ କ୍ଷମା ମାଗିଲେ ଏଲୋନ ମସ୍କ

ଷ୍ଟାରଲିଙ୍କ ଇଣ୍ଟରନେଟ୍ ବିଭ୍ରାଟ ପରେ କ୍ଷମା ମାଗିଲେ ଏଲୋନ ମସ୍କ

ନୂଆଦିଲ୍ଲୀ : ଗୁରୁବାର ବିଳମ୍ବିତ ରାତିରେ ଏଲୋନ୍ ମସ୍କଙ୍କ ଷ୍ଟାରଲିଙ୍କ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ ସେବା ଏକ ବିରଳ ବିଶ୍ୱବ୍ୟାପୀ ବିଭ୍ରାଟର ସମ୍ମୁଖୀନ ହୋଇଥିଲା। ଯାହା ଫଳରେ ଆମେରିକା, ୟୁରୋପ ଏବଂ ଅନ୍ୟାନ୍ୟ ଅଞ୍ଚଳ (ମୋଟ ୧୪୦ ଦେଶ) ର ଲକ୍ଷ ଲକ୍ଷ ଉପଭୋକ୍ତା ଇଣ୍ଟରନେଟ୍ ସଂଯୋଗରୁ ବଞ୍ଚିତ ହୋଇଥିଲେ । ସେବା ପୁନଃସ୍ଥାପିତ ହେବା ପୂର୍ବରୁ ପ୍ରାୟ ୨.୫ ଘଣ୍ଟା ପର୍ଯ୍ୟନ୍ତ ଏହି ବିଭ୍ରାଟ ଜାରି ରହିଥିଲା। କିନ୍ତୁ ଅନେକ ଉପଭୋକ୍ତା ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଥିଲେ। ଷ୍ଟାରଲିଙ୍କ୍ ର ଇଣ୍ଟେରନାଲ ସଫ୍ଟୱେର୍‌ରେ ଏକ ତ୍ରୁଟି ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଥିଲା। ଯାହା ଫଳରେ ବ୍ୟାପକ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। 61,000 ରୁ ଅଧିକ ବ୍ୟବହାରକାରୀ ଡାଉନଡିଟେକ୍ଟରରେ ଏହି ସମସ୍ୟା ବିଷୟରେ ରିପୋର୍ଟ କରିଥିଲେ । ଯଦିଓ ସାଟେଲାଇଟ୍ ଇଣ୍ଟରନେଟ୍ ଏହାର ନିର୍ଭରଯୋଗ୍ୟତା ପାଇଁ ଜଣାଶୁଣା, କିନ୍ତୁ ଏହି ଅପ୍ରତ୍ୟାଶିତ ତ୍ରୁଟି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏଲୋନ୍ ମସ୍କ ସୋସିଆଲ ମିଡିଆରେ ଷ୍ଟାରଲିଙ୍କ ବ୍ୟବହାରକାରୀଙ୍କୁ କ୍ଷମା ମାଗି କହିଛନ୍ତି, “ଏହା ହେବା ଉଚିତ୍ ନଥିଲା ଏବଂ ଏହା ଆଉ ଘଟିବ ନାହିଁ।” ଷ୍ଟାରଲିଙ୍କ ମୂଳ କମ୍ପାନୀ ସ୍ପେସ୍‌ଏକ୍ସ ମଧ୍ୟ ଏକ ଆନୁଷ୍ଠାନିକ କ୍ଷମା ପ୍ରାର୍ଥନା କରିଛି ଏବଂ ଏହାର ସିଷ୍ଟମରେ ଥିବା ବିରଳ ତ୍ରୁଟିକୁ ସ୍ୱୀକାର କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking