25.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଗାଁ ଗାଁରେ ହାତୀର ତାଣ୍ଡବ, ନିଦ୍ରାରେ ବନବିଭାଗ

ଗାଁ ଗାଁରେ ହାତୀର ତାଣ୍ଡବ, ନିଦ୍ରାରେ ବନବିଭାଗ

ଢେଙ୍କାନାଳ: ହିନ୍ଦୋଳ ଉପଖଣ୍ଡ ଦଣ୍ଡିରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ କନକା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ସନ୍ଧ୍ୟା ସମୟରେ କିଛି ବଣୁଆ ହାତୀ ପଶି ବିଦ୍ୟାଳୟ ପରିସରରେ ଥିବା କୂଅ, କଦଳୀ ବଗିଚା ଓ ଆମ୍ବ ଗଛ ଆଦି ଭାଙ୍ଗି ନଷ୍ଟ କରିବା ସହ ତାଣ୍ଡବ ରଚିଛନ୍ତି। ଯାହାଫଳରେ ସାଧାରଣରେ କୋକୁଆ ଭୟ ସୃଷ୍ଟି ହୋଇଛି। ଦଣ୍ଡିରୀ ବିଟ୍ ହାଉସ୍‌ରେ ଥିବା ବନ କର୍ମଚାରୀମାନେ ଆଦୌ ପାଟ୍ରୋଲିଂ କରୁନାହାନ୍ତି। ଏବଂ ହାତୀ ଘଉଡ଼ାଇବାକୁ ଲୋକମାନେ ଡାକିଲେ ମଧ୍ୟ ଯାଉନାହାନ୍ତି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। କେବଳ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହୁଛନ୍ତି। ଏ ସମ୍ପର୍କରେ ଆମେ ଦଣ୍ଡିରୀ ବିଟ୍ ହାଉସ୍‌ର ଫରେଷ୍ଟରଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା। ତେବେ ଲୋକଙ୍କୁ ସୁରକ୍ଷା ଯୋଗାଇବା ପାଇଁ ବନବିଭାଗ ଲୋକଙ୍କ ପଇସାରେ ଦରମା ନେଉଥିବାବେଳେ ଲୋକମାନେ ହାତୀ ଘଉଡ଼ାଇବାକୁ ବାରମ୍ବାର ଡାକିଲେ ମଧ୍ୟ ବନବିଭାଗ କର୍ମଚାରୀମାନେ ଯାଉନଥିବା ଘଟଣାକୁ ନେଇ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଏହାର ଦୃଢ ନିନ୍ଦା କରାଯାଇଛି। ଉପରିସ୍ଥ ବନ କର୍ମଚାରୀମାନେ ଏହାର ସମାଧାନ କରିବା ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଏ ଖବର ପ୍ରକାଶ ପାଇବା ପରେ ଦଣ୍ଡିରୀ ବିଟ୍ ହାଉସ୍‌ର ବନ କର୍ମଚାରୀମାନଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking