ଦେବଗଡ଼: ଦେବଗଡ଼ ବନଖଣ୍ଡ ପୋଡାଡିହ ର୍ଗାରେ ବୃଦ୍ଧଙ୍କୁ ଦଳୀ ମାରିଦେଲା ହାତୀ । ମୃତକ ପୋଡାଡ଼ିହ ଗାଁର ଈଶ୍ୱର ପେଣ୍ଠେଇ । କଦଳୀପାଳ ଗାଁରୁ ନିଜ ଗାଁ ପୋଡାଡିହକୁ ବାଇକ ଯୋଗେ ନିଜ ପୁଅ ସହ ଫେରୁଥିଲେ ଈଶ୍ବର । ଏତିକି ବେଳେ ମଝି ରାସ୍ତାରେ ହାତୀପଲକୁ ଦେଖି ବାଇକକୁ ପଛକୁ ବୁଲାଇବା ସମୟରେ ଈଶ୍ୱର ବାଇକରୁ ଓଲ୍ହାଇ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଦନ୍ତା ହାତୀ ଗୋଡ଼ାଇ ଗୋଡ଼ାଇ ବିଲ ମଝିରେ ତାଙ୍କୁ ଦଳୀ ମାରିଦେଇଛି ।










