28.1 C
Bhubaneswar
Tuesday, May 20, 2025
Homeଓଡିଶାଭୋକ ମେଣ୍ଟାଇବା ପାଇଁ ଗାଁ ସହ ଘରକୁ ପଶିଆସିଛନ୍ତି ହାତୀପଲ 

ଭୋକ ମେଣ୍ଟାଇବା ପାଇଁ ଗାଁ ସହ ଘରକୁ ପଶିଆସିଛନ୍ତି ହାତୀପଲ 

ମୟୁରଭଞ୍ଜ: ହାତୀପଲ ପାଇଁ ନୟାନ୍ତ ଚାଷୀ ଏବଂ ଗ୍ରାମବାସୀ । ବାଦ ପଡୁନାହାନ୍ତି ଘର ଲୋକ । ଭୋକ ମେଣ୍ଟାଇବା ପାଇଁ ଖାଦ୍ୟ ଅନ୍ୱେଷଣରେ ଗାଁକୁ ପଶି ଆସି ଘରକୁ ମାଡ଼ି ଯାଉଛନ୍ତି ହାତୀପଲ । ବିଲରୁ ଆଣି ଘର ଖଳାରେ ରଖିଥିବା ଅମଳ ଧାନ ଖାଇ ଯାଉଛନ୍ତି ହାତୀପଲ। ଯାହାର ଦୃଶ୍ୟ ସିସିଟିଭିରେ କୟେଦ ହୋଇଥିବା ଦେଖିବାକୁ ମିଳିଛି। ଆଉ ଏଘଟଣା ହେଉଛି ମୟୂରଭଞ୍ଜ ଜିଲ୍ଲା ମୋରଡା ନିର୍ବାଚନମଣ୍ଡଳୀ ରାସଗୋବିନ୍ଦପୁର ରେଞ୍ଜ ଅଧୀନ ପୂର୍ଣ୍ଣଚନ୍ଦ୍ରପୁର ଗାଁର କୌଶିକ ଜେନାଙ୍କ ଘରେ ଘଟିଥିବା ଜଣାପଡିଛି। ତେବେ ନିକଟରେ ସ୍ଥାନୀୟ ଗ୍ରାମର ଜଣେ ଚାଷୀ ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ। ଧିରେ ଧିରେ ଏବେ ଚାଷଜମିରୁ ଫସଲ ଅମଳ ପରେ ଫାଙ୍କା ହେଉଥିବାରୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହାତୀପଲ । ଅନ୍ୟପଟେ ମୋରଡା, ରାସଗୋବିନ୍ଦପୁର ଓ ଶୁଳିଆପଦା ବ୍ଲକରେ ସାରାବର୍ଷ ହାତୀ ଉପଦ୍ରବ ଲାଗି ରହିଥିବାରୁ ବହୁ ଧନଜୀବନ କ୍ଷତିଗ୍ରସ୍ତ ହେଉଛି l ମାତ୍ର ରାସଗୋବିନ୍ଦପୁର ରେଞ୍ଜରେ ଗତକାଲି ଗାଁଅମର୍ଦା ସଂରକ୍ଷିତ ଜଙ୍ଗଲରେ ୧୫ଟିକିଆ ହାତୀପଲ ଥିବା ଜଣାପଡିଛି । ହେଲେ ବିଳମ୍ବିତ ରାତିରେ ପୁର୍ଣ୍ଣଚନ୍ଦ୍ରପୁର ଠାରେ ୧୧ଟି ହାତୀପଲ କୌଶିକ ଜେନାଙ୍କ ଘରକୁ ପ୍ରବେଶ କରି ବ୍ୟାପକ କ୍ଷତି କରିବା ସହ ୧୦ କୁଇଣ୍ଟାଲରୁ ଅଧିକ ଧାନ ନଷ୍ଟ କରିବା ସହ ଘରର ଆସବାବପତ୍ରକୁ ଏଣେତେଣେ ଫୋପଡ଼ା ଫୋପାଡି କରିଥିବା ଦେଖିବାକୁ ମିଳିଛି । ଶେଷରେ ଏକ ଧାନ ବସ୍ତାକୁ ଶୁଣ୍ଢରେ ଘୋଷାଡି ନେଉଥିବା ଭିଡିଓ ସିସିଟିଭିରେ କଏଦ ହୋଇଛି । ତେବେ ପରିବାର ଲୋକେ ଭୟଭୀତ ଅବସ୍ଥାରେ ଦୌଡ଼ି ପଳାଇ ଜୀବନ ବଞ୍ଚାଇଥିଲେ । ଅପରପକ୍ଷରେ ଏତେ ମାତ୍ରାରେ ହାତୀ ଦେଖି ଗ୍ରାମବାସୀମାନେ ମଧ୍ୟ ଭୟଭୀତ ହୋଇପଡ଼ିଥିଲେ । ତେବେ ଖବରପାଇ ରେଞ୍ଜର ଘନଶ୍ୟାମ ସିଂଙ୍କ ନିର୍ଦ୍ଦେଶରେ ବନବିଭାଗ କର୍ମଚାରୀମାନେ ପହଞ୍ଚି ହାତୀପଲକୁ ଘୋଡାଇବାକୁ ଚେଷ୍ଠାକରି ବିଫଳ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଏହି ରେଞ୍ଜର ବିଭିନ୍ନ ସ୍ଥାନରେ ହାତୀପଲର ଉପସ୍ଥିତି ରହୁଥିବାରୁ ସ୍ୱଳ୍ପ ସଂଖ୍ୟକ ହାତୀ ଘଉଡାଇବା କର୍ମଚାରୀ ଥିବାରୁ ବିଭାଗ ପକ୍ଷରୁ କର୍ମଚାରୀ ସଂଖ୍ୟା ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking