ମୟୂରଭଞ୍ଜ: ନୀଳଗିରିରେ ୬୫ ଟିକିଆ ହାତୀପଲଙ୍କ ଉପଦ୍ରବ । ମୟୂରଭଞ୍ଜ ନଡପୁର ଜଙ୍ଗଲ ଦେଇ ନୀଳଗିରିରେ ପହଂଚିଛନ୍ତି ହାତୀପଲ । ନୀଳଗିରିର ସିଙ୍ଗିରୀ, କାଂଶ, ଅଯୋଧ୍ୟା, ପାଟଣା ଦେଇ ଏବେ ଗୋପାଳପୁର ଜଙ୍ଗଲ ମୁହାଁ ହୋଇଛନ୍ତି ହାତୀ ପଲ । ଏତେ ସଂଖ୍ୟକ ହାତୀ ଅଂଚଳକୁ ପଶିଆସିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ହାତୀ। ହାତୀ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛି ବନବିଭାଗ ।