23.1 C
Bhubaneswar
Sunday, December 28, 2025
Homeଓଡିଶାଶିଖରଚଣ୍ଡୀ ମୁଣ୍ଡିଆ ଛାଡୁନି ଦନ୍ତା

ଶିଖରଚଣ୍ଡୀ ମୁଣ୍ଡିଆ ଛାଡୁନି ଦନ୍ତା

ଭୁବନେଶ୍ୱର: ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ ଛାଡୁନାହାନ୍ତି ୨ ଦନ୍ତା ହାତୀ । ହାତୀ ବୁଲୁଥିବାରୁ ପର୍ଯ୍ୟଟକଙ୍କ ପାଇଁ ଶିଖରଚଣ୍ଡୀ ବନ୍ଦ ରହିଛି । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ଏହି ପଦକ୍ଷେପ ନେଇଛି । ଶିଖରଚଣ୍ଡୀ ପ୍ରବେଶ ଗେଟ୍‌ରେ ବନ ବିଭାଗର ତାଲା ଝୁଲୁଛି । ଭୋଜି କରିନପାରି ଫେରୁଛନ୍ତି ଅନେକ ପର୍ଯ୍ୟଟକ । ୬ ଦିନ ହେବ ଶିଖରଚଣ୍ଡୀ ପାହାଡରେ ବୁଲୁଛନ୍ତି ହାତୀ । ଇନ୍‌ଫୋସିଟି ଥାନା ଓ ଚନ୍ଦକା ବନଖଣ୍ଡର ପାଟ୍ରୋଲିଂ ଜାରି ରହିଛି । ତେବେ ଫିକା ପଡିଛି ପର୍ଯ୍ୟଟକଙ୍କ ଶୀଖରଚଣ୍ଡୀ ପୀଠ ବୁଲିବା । ପର୍ଯ୍ୟଟନ ଋତୁରେ ଆଜି ବି ଶିଖରଚଣ୍ଡୀ ବନ୍ଦ ନେଇ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking