କଟକ: ପୁଣି ଏକ ହାତୀର ମୃତ୍ୟୁ। କଟକ ଆଠଗଡ଼ ବନଖଣ୍ଡରେ ହାତୀର ମୃତ୍ୟୁ ହୋଇଛି। ଆଠଗଡ଼ ରେଞ୍ଜ କୁଲାଇଲୋ କ୍ରସର୍ ପଡ଼ିଆରେ ଏକ ଦନ୍ତା ହାତୀର ମୃତଦେହ ଦେଖିବାକୁ ମିଳିଛି। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀଟିର ଜୀବନ ଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଆଠଗଡ଼ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।










