26.1 C
Bhubaneswar
Thursday, September 19, 2024
Homeଓଡିଶାବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ

ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ

ମୟୁରଭଞ୍ଜ : ଦିନକୁଦିନ ବଢିଚାଲିଛି ହାତୀ ମଣିଷର ଲଢେଇ , କେତେବେଳେ ହାତୀ ବଳି ପଡୁଛି ତ ଆଉ କେତେବେଳେ ମଣିଷ । ତେବେ ହାତୀ ମୃତ୍ୟୁ ପଛରେ ପ୍ରାକୃତିକ ନା ଅପାକୃତିକ କାରଣ ତାକୁ ବିଚାରକୁ ନେବା ବନବିଭାଗର ଦାୟିତ୍ୱ , କିନ୍ତୁ ବନବିଭାଗ ଗ୍ରାମବାସୀ ହେଉକି ସାଧାରଣ ପରିବାର ଉପରେ ଦୋଷ ଲଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ , ବିଭାଗୀୟ କର୍ମଚାରୀ ଏବଂ ଅଧିକାରୀଙ୍କ ଦାୟିତ୍ବହୀନତାକୁ ଘଣ୍ଟଘୋଡାଉଥିବା ପ୍ରସଙ୍ଗନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆମେ ଏଇଥିପାଇଁ ଏ କଥା ଉଠାଉଛୁ , ଯେତେବେଳେ ଯେ କୌଣସି ବ୍ୟକ୍ତି ହେଉ କିମ୍ବା ଗୋଷ୍ଠୀ ଚାଷକାର୍ଯ୍ୟ କରୁଛନ୍ତି ନିଜ ଚାଷ ଅଞ୍ଚଳ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ତାର ବାଡ଼ ଦେଉଥିବା ଦେଖିବାକୁ ମିଳୁଛି । ହେଲେ ପୂର୍ବରୁ ବିଭିନ୍ନ ସମୟରେ ଏଭଳି ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ହାତୀ ଚଳପ୍ରଚଳ ହେଉଥିବା ଅଞ୍ଚଳକୁ ବନବିଭାଗ ପକ୍ଷରୁ ଯାଞ୍ଚ କରୁନଥିବା କାରଣରୁ ନିରୀହ ହାତୀ ବିଦ୍ୟୁତ ଆଘାତର ଶିକାର ହୋଇ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳୁଛି । ସେହିଭଳି ଏକ ଅଭାବନୀୟ ଘଟଣା ପୁଣି ଆଜି ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜରେ ଦେଖିବାକୁ ମିଳିଛି । ଯେଉଁଠି ବିଦ୍ୟୁତ ଆଘାତରେ ଏକ ମାଇ ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି l ସୂଚନା ମୁତାବକ,ବେତନଟୀ ରେଞ୍ଜ ଅଧୀନ ବଡାମପୁର ସେକ୍ସନରେ କିଛିଦିନ ହେବ ୬ ଟିକିଆ ଶିମିଳିପାଳ ହାତୀପଲ ଥିବା ବେଳେ ସେହି ସେକ୍ସନ ଅଧୀନ ଜାମଶୋଳି ନିକଟରେ କିଛି ଚାଷୀ , ଗାଁରେ ଏକ ବୈଠକ କରି ଧାନବିଲ ଚାରିପଟେ ବିଦ୍ୟୁତ ତାର ଲଗାଇଥିଲେ । ସୂଚନା ଅନୁଯାୟୀ ପାଖାପାଖି ଗୋଟିଏ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ଜିଆଇ ତାର ଲଗାଇ ତାରରେ ବିଦ୍ୟୁତ ସଂଯୋଗ କରିଥିଲେ । ତେବେ ବିଳମ୍ବିତ ରାତିରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଇହାତୀର ମୃତ୍ୟୁ ଘଟିଛି । ମୃତ ହାତୀର ବୟସ ପ୍ରାୟ ୧୫ ବର୍ଷରୁ ଅଧିକ ହୋଇଥିବା ବେଳେ ହାତୀର ମୃତ୍ୟୁ ବିଦ୍ୟୁତ ଆଘାତରେ ହେବା ପରେ ବନବିଭାଗ ଖବରପାଇ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ଡି ଏଫ ଓ ଆମାଜୁରେ ଉମା ମହେଶ , ଏସିଏଫ ରବିନାରାୟଣ ମହାନ୍ତି, ବେତନଟୀ ରେଞ୍ଜର ଅନୱାର ଖାଁ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁର କାରଣ ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିଛନ୍ତି ।

ବାରମ୍ବାର ଉକ୍ତ ଅଞ୍ଚଳକୁ ହାତୀ ପ୍ରବେଶ କରୁଥିବା ରୁ ବିଦ୍ୟୁତ ତାର ସଂଯୋଗ କରିବା କଥା ପୂର୍ବରୁ ବିଦ୍ୟୁତ ବିଭାଗ ଓ ବନବିଭାଗ କିପରି ଖବର ପାଇନଥିଲା ବୋଲି ଉଠିଛି ପ୍ରଶ୍ନ । ପ୍ରତ୍ୟେକ ପଞ୍ଚାୟତ ରେ ଗଜସାଥି ମୁତୟନ ଥିବା ସହିତ ବିଦ୍ୟୁତ ବିଭାଗର ଲାଇନମେନ ପ୍ରତ୍ୟେକ ଗାଁ କୁ ଗାଁ ଯାଉଥିବା ବେଳେ କିପରି ଜାଣି ପାରିଲେ ନାହଁ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking