27.1 C
Bhubaneswar
Sunday, March 22, 2026
Homeଓଡିଶାବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ଅନୁଗୁଳ: ଅନୁଗୁଳ ବନାଞ୍ଚଳ ମାଣିକଯୋଡ଼ି ଅଞ୍ଚଳରେ କିଛି ଦିନ ହେଲା ଦନ୍ତା ହାତୀର ଉପଦ୍ରଵ ରହିଥିବା ବେଳେ ଆଜି ଜଣେ ବୃଦ୍ଧଙ୍କ ଯାଇଛି। ବୃଦ୍ଧ ଜଣଙ୍କ ନିକଟସ୍ଥ ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ପୋକୁଣ୍ଡା ସେକ୍ସନ ମାଣିକଯୋଡ଼ି ଗାଁର ବଟକୃଷ୍ଣ ନାଏକ (୬୫) ଆଜି ସକାଳୁ ଗାଁ ନିକଟରେ ଥିବା ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡିଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ କଚାଡ଼ି ଦେବା ସହ ଦଳି ଦେଇଥିଲା।

ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ହାତୀ ଥିବା ଖବର ସ୍ଥାନୀୟ ଫରେଷ୍ଟରଙ୍କୁ ଜଣାଇଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଉନଥିବାରୁ ଏଭଳି ଘଟଣା ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି। ତେବେ ବିଭିନ୍ନ ଦାବି ନେଇ ଉତ୍ତେଜନା ଲାଗିରହିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking