29.1 C
Bhubaneswar
Wednesday, May 21, 2025
Homeଓଡିଶାକନ୍ଧମାଳରେ ହାତୀ ଉପଦ୍ରବ

କନ୍ଧମାଳରେ ହାତୀ ଉପଦ୍ରବ

କନ୍ଧମାଳ: କନ୍ଧମାଳ ଜିଲା ରାଇକିଆ ବ୍ଲକ୍ ରଣବା ପଞ୍ଚାୟତରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ସୋମବାର ମଧ୍ୟ ରାତ୍ରିରେ ରଣବା ପଞ୍ଚାୟତର ଢିମିରିପଲି ଗ୍ରାମରେ ଥିବା ଏକ ସରକାରୀ ୟୁପି ସ୍କୁଲର ଗୋଟିଏ ସାଇଡ଼ ପାଚେରୀ ଗେଟ୍ ଫାଟକ ଭାଙ୍ଗିରୁଜି ଦେଇଛନ୍ତି ହାତୀ ପଲ । ଭିତରେ ପଶି ଗୋପବନ୍ଧୁଙ୍କ କକ୍ଷର ଲୁହା କବାଟକୁ ମଧ୍ୟ ହାତୀ ଧକା ମାରି ଚେପା କରିଦେଇଛନ୍ତି ।ଗତ କିଛି ଦିନ ଧରି ହେବ ବ୍ଲକର ଏହି ସବୁ ଅପହଞ୍ଚ,ଘଞ୍ଚ ଜଙ୍ଗଲ ଇଲାକାରେ ହାତୀଙ୍କ ଉପଦ୍ରବ ବୃଦ୍ଧି ହେଉଥିବା ଯୋଗୁଁ ଅନେକ ଲୋକଙ୍କ ଧାନ,ଫସଲ, ଘର ଭାଙ୍ଗି ନଷ୍ଟ କରିଦେଉଛନ୍ତି। ଏନେଇ ଲୋକେ ଭୟଭୀତ ହୋଇ ରହୁଛନ୍ତି।ରଣବା ରେଞ୍ଚର ବନ ବିଭାଗ କର୍ମଚାରୀ, ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡ଼ାଉଛନ୍ତି। ଫରେଷ୍ଟର ରବିନ୍ଦ୍ର ନାୟକ, ପୂର୍ବତନ ସରପଞ୍ଚ ଭିକାରୀ ମଲ୍ଲିକଙ୍କଠାରୁ ସୂଚନା ମିଳିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking