ଭୁବନେଶ୍ୱର :ସାଧାରଣ ଗ୍ରାହକଙ୍କ ପାଇଁ ଅପରିବର୍ତ୍ତିତ ରହିଲା ବିଜୁଳି ଦର । ୨୦୨୫-୨୬ ବର୍ଷ ଲାଗି ବିଦ୍ୟୁତ୍ ଦର ନିର୍ଦ୍ଧାରଣ କରିଛନ୍ତି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ-ଓଇଆରସି । ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ ପ୍ରେସମିଟ୍ କରି ଏହି ଘୋଷଣା କରିଛନ୍ତି । ପ୍ରିପେଡ୍ ବିଲ୍ ଭରିଲେ ୪ ପ୍ରତିଶତ ରିହାତି ମିଳିବ । ଡିଜିଟାଲ୍ ପେମେଣ୍ଟ୍ କଲେ ଯେଉଁ ୪ ପ୍ରତିଶତ ରିହାତି ମିଳୁଥିଲା, ତାହା ବଳବତ୍ତର ରହିଛି । ସେହିପରି ଯଦି ଆପଣ ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ବ୍ୟବହାର କରୁଥିବେ, ତେବେ ରେଣ୍ଟ୍ ଛାଡ କରାଯିବ ।ଅନ୍ୟପଟେ ୧୦ କିଲୋ ୱାଟ ବ୍ୟବହାର ଉପରେ ମଧ୍ୟ ରିହାତି । ସୋଲାର ଆୱାର ଯାହା ଦିନ ସମୟରେ ୨୦ ପଇସାରେ ରିହାତି ଦେଉଛନ୍ତି । ରାତିରେ ୩୦ ପଇସା ଦେବା କଥା କୁହାଯାଇଛି । ୮୦ ଲକ୍ଷ ଲୋକ ଉପକୃତ ହେବେ କହିଛନ୍ତି ଓଇଆରସି । ଗ୍ରୀଡକୋ ଏବଂ ଡିସ୍କମ କମ୍ପାନୀ ଗୁଡିକର ପାରଦର୍ଶିତା ବଢିଛି । ଯାହା ଟ୍ରାନ୍ସମିଶନର ଡ୍ରସ ରହିଥିଲା ତାହା ପାଖାପାଖି ୧ ପ୍ରତିଶତରୁ ବଢେଇ କମେଇଛନ୍ତି । ଯାହା କିଛି ଅସୁବିଧା ରହିଛି ତାହା ଗ୍ରୀଡକୋ ଭରଣ କରିବା ବୋଲି କୁହାଯାଇଛି ।