20.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶନିର୍ବାଚନ ନିୟମ ସଂଶୋଧନକୁ ନେଇ ଗର୍ଜିଲେ ଖଡଗେ

ନିର୍ବାଚନ ନିୟମ ସଂଶୋଧନକୁ ନେଇ ଗର୍ଜିଲେ ଖଡଗେ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କ ନିର୍ବାଚନ ନିୟମ ପରିବର୍ତ୍ତନକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ମୋଦି ସରକାରଙ୍କ ଏହି ପଦକ୍ଷେପ ସମ୍ବିଧାନ ଓ ଗଣତନ୍ତ୍ର ଉପରେ ସିଧାଶଳଖ ଆକ୍ରମଣ। ସରକାର ନିର୍ବାଚନ ସଞ୍ଚାଳନ ନିୟମ ୧୯୬୧ରେ ସଂଶୋଧନ କରି ସିସିଟିଭି ଫୁଟେଜ୍, ୱେବକାଷ୍ଟିଂ ଓ ପ୍ରାର୍ଥୀଙ୍କ ଭିଡିଓ ରେକର୍ଡିଂ ଭଳିଇଲେକ୍ଟ୍ରୋନିକ୍ ଡକ୍ୟୁମେଣ୍ଟର ସାର୍ବଜନିକ ନିରୀକ୍ଷଣ ନିଷିଦ୍ଧ କରିଛନ୍ତି। ଖଡଗେ ଏହାକୁ ନିର୍ବାଚନ ଆୟୋଗଙ୍କ ସଂସ୍ଥାଗତ ଅଖଣ୍ଡତାକୁ ସମାପ୍ତ କରିବା ପାଇଁ ଏକ ‘ବ୍ୟବସ୍ଥିତ ଷଡ଼ଯନ୍ତ୍ର’ ବୋଲି କହିଛନ୍ତି। ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ରତା ଉପରେ ପ୍ରହାର । ଏନେଇ ଖଡଗେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ନିର୍ବାଚନ ଆୟୋଗଙ୍କ ସ୍ୱାଧୀନତା ଉପରେ ପ୍ରହାର କରିବା ମୋଦି ସରକାରରେ ପ୍ରଥମ ଥର ନୁହେଁ। ଖଡଗେ ଅଭିଯୋଗ କରିଛନ୍ତି ଯେ ପ୍ରଥମେ ସରକାର ଚୟନ କମିଟିରୁ ଭାରତର ମୁଖ୍ୟ ନ୍ୟାୟାଧୀଶ (ସିଜେଆଇ)ଙ୍କୁ ହଟାଇ ଦେଇଥିଲେ, ଯିଏ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି କରୁଥିଲେ। ଏବେ ସରକାର ହାଇକୋର୍ଟଙ୍କ ଆଦେଶ ସତ୍ତ୍ୱେ ନିର୍ବାଚନ ସୂଚନାକୁ ଜନତାଙ୍କନିମନ୍ତେ ଲୁଚେଇବା ଆରମ୍ଭ କରିଛନ୍ତି। ଆୟୋଗଙ୍କ ସ୍ୱତନ୍ତ୍ରତାକୁ ନେଇ ପ୍ରଶ୍ନ । କଂଗ୍ରେସ ସଭାପତି ଖଡଗେ ଦାବି କରିଛନ୍ତି ଯେ ଅତୀତରେ କଂଗ୍ରେସ ଦ୍ୱାରା କରାଯାଇଥିବା ଗୁରୁତର ଅଭିଯୋଗଗୁଡିକୁ ନିର୍ବାଚନ ଆୟୋଗ ଅଣଦେଖା କରିଛନ୍ତି, ଯେଉଁଥି ପାଇଁ ଆୟୋଗଙ୍କ ସ୍ୱାଧୀନତା ଉପରେ ପ୍ରଶ୍ନ ଉଠୁଛି। ଖଡଗେ କହିଛନ୍ତି ନିର୍ବାଚନ ଆୟୋଗଙ୍କ ଅଖଣ୍ଡତାକୁ ସମାପ୍ତ କରିବା ପାଇଁ ମୋଦି ସରକାରଙ୍କ ଏହା ସୁଚିନ୍ତିତ ଷଡ଼ଯନ୍ତ୍ର। ଏହା ଗଣତନ୍ତ୍ର ଓ ସମ୍ବିଧାନର ମୂଳ ସଂରଚନାକୁ ଦୁର୍ବଳ କରିବାର ଏକ ପ୍ରୟାସ। କଂଗ୍ରେସ ପାର୍ଟି ଏହା ବିରୋଧରେ ସବୁ ପ୍ରକାର ଉଦ୍ୟମ କରିବ ବୋଲି ସେ ସତର୍କ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking