26.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶନିର୍ବାଚନ ଆୟୋଗ ବିହାର ଏବଂ ଅନ୍ୟ କିଛି ରାଜ୍ୟର ଉପ-ନିର୍ବାଚନରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିୟୋଜିତ କରିବେ

ନିର୍ବାଚନ ଆୟୋଗ ବିହାର ଏବଂ ଅନ୍ୟ କିଛି ରାଜ୍ୟର ଉପ-ନିର୍ବାଚନରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିୟୋଜିତ କରିବେ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ବିହାର ଏବଂ ଅନ୍ୟ କିଛି ରାଜ୍ୟର ଉପ-ନିର୍ବାଚନରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିୟୋଜିତ କରିବେ। ଏନେଇ ସୂଚନା ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି କରିବା ନେଇ ଦେଲେ ସୂଚନା।ଭାରତ ନିର୍ବାଚନ ଆୟୋଗ ସମ୍ବିଧାନର ଧାରା ୩୨୪ ଦ୍ୱାରା ପ୍ରଦତ୍ତ ପୂର୍ଣ୍ଣ କ୍ଷମତା ଏବଂ ଜନପ୍ରତିନିଧିତ୍ୱ ଆଇନ, ୧୯୫୧ର ଧାରା ୨୦ଖ ଦ୍ୱାରା ପ୍ରଦତ୍ତ କ୍ଷମତା ଅଧୀନରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମାନଙ୍କୁ ଏକ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପରିଚାଳନା ତଦାରଖ କରିବା ପାଇଁ ନିଯୁକ୍ତ କରନ୍ତି। ପର୍ଯ୍ୟବେକ୍ଷକ ମାନେ ସେମାନଙ୍କ ନିଯୁକ୍ତି ଠାରୁ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବା ପର୍ଯ୍ୟନ୍ତ ଆୟୋଗଙ୍କ ତତ୍ତ୍ୱାବଧାନ, ନିୟନ୍ତ୍ରଣ ଏବଂ ଶୃଙ୍ଖଳା ଅଧୀନରେ କାର୍ଯ୍ୟ କରନ୍ତି। ପର୍ଯ୍ୟବେକ୍ଷକ ମାନଙ୍କୁ ନିର୍ବାଚନର ନିରପେକ୍ଷତା ଏବଂ ବିଶ୍ୱସନୀୟତା ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଏ, ଯାହାଦ୍ୱାରା ସମସ୍ତ ଗଣତାନ୍ତ୍ରିକ ମୂଲ୍ୟବୋଧ ସୁନିଶ୍ଚିତ ହୋଇଥାଏ । ସେମାନେ ଆୟୋଗଙ୍କ ଆଖି ଏବଂ କାନ ଭାବରେ କାର୍ଯ୍ୟ କରନ୍ତି। ନିୟମିତ ଓ ନିର୍ଦ୍ଦେଶ ମୁତାବକ ସେମାନେ ଆୟୋଗଙ୍କୁ ରିପୋର୍ଟ କରନ୍ତି।

ପର୍ଯ୍ୟବେକ୍ଷକମାନେ କେବଳ ମୁକ୍ତ, ନିରପେକ୍ଷ, ସ୍ୱଚ୍ଛ ଏବଂ ଅନ୍ତର୍ଭୁକ୍ତିମୂଳକ ନିର୍ବାଚନ ପରିଚାଳନାର ସାମ୍ବିଧାନିକ ଆଦେଶ ପୂରଣ କରିବାରେ ଆୟୋଗଙ୍କୁ ସାହାଯ୍ୟ କରନ୍ତି ନାହିଁ ବରଂ ନିର୍ବାଚନରେ ​​ଭୋଟର ସଚେତନତା ଏବଂ ଅଂଶଗ୍ରହଣ ବୃଦ୍ଧି କରିବା ଦିଗରେ ମଧ୍ୟ କାର୍ଯ୍ୟ କରନ୍ତି। ଉନ୍ନତିର ପରିସର ଗୁଡ଼ିକୁ ଚିହ୍ନଟ କରିବା, ଠୋସ୍ ପଦକ୍ଷପ ଏବଂ ସୁପାରିଶ ପ୍ରସ୍ତୁତ କରିବା ହେଉଛି ପର୍ଯ୍ୟବେକ୍ଷକ ମାନଙ୍କ ପ୍ରମୁଖ କର୍ତ୍ତବ୍ୟ । ପ୍ରଶାସନିକ ସେବାରେ ବରିଷ୍ଠତା ଏବଂ ଦୀର୍ଘ ଅଭିଜ୍ଞତା ଯୋଗୁଁ, ସାଧାରଣ ଏବଂ ପୋଲିସ ପର୍ଯ୍ୟବେକ୍ଷକ ମାନେ ମୁକ୍ତ ଏବଂ ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନାରେ ଆୟୋଗଙ୍କୁ ସବୁମତେ ସାହାଯ୍ୟ କରନ୍ତି। ସେମାନେ କ୍ଷେତ୍ର ସ୍ତରରେ ନିର୍ବାଚନ ପ୍ରକ୍ରିୟାର ସୁଦକ୍ଷ ପରିଚାଳନାକୁ ମଧ୍ୟ ତଦାରଖ କରନ୍ତି।

ଖର୍ଚ୍ଚ ପର୍ଯ୍ୟବେକ୍ଷକ ମାନଙ୍କୁ ପ୍ରାର୍ଥୀ ମାନଙ୍କ ଦ୍ୱାରା ହୋଇଥିବା ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷଣ କରିବା ପାଇଁ ନିଯୁକ୍ତ କରାଯାଏ।ଭାରତ ନିର୍ବାଚନ ଆୟୋଗ ବିହାର ବିଧାନସଭାର ଆଗାମୀ ସାଧାରଣ ନିର୍ବାଚନ ଏବଂ ଜମ୍ମୁ ଏବଂ କାଶ୍ମୀର (AC- ବଡଗାମ ଏବଂ ନାଗ୍ରୋଟା), ରାଜସ୍ଥାନ (AC- ଅଣ୍ଟା), ଝାଡ଼ଖଣ୍ଡ (AC-ଘଟସିଲା), ତେଲେଙ୍ଗାନା (AC-ଜୁବଲି ହିଲ୍ସ), ପଞ୍ଜାବ (AC-ତରନ ତାରଣ), ମିଜୋରାମ (AC-ଡମ୍ପା) ଏବଂ ଓଡିଶା (AC-ନୂଆପଡ଼ା) ରେ ଉପନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ (SANA) ଭାବରେ କାର୍ଯ୍ୟ କରୁଥିବା ୪୭୦ ଅଧିକାରୀ (୩୨୦ ଆଇ.ଏ.ଏସ୍, ୬୦ ଆଇ.ପି.ଏସ୍ ଏବଂ ୯୦ ଆଇ.ଆର.ଏସ/ଆଇ.ଆର.ଏ.ଏସ/ ଆଇ.ସି.ଏ.ଏସ ଇତ୍ୟାଦି)ଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking