25.1 C
Bhubaneswar
Thursday, April 2, 2026
Homeଓଡିଶାଗୁଣି ଗାରିଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

ଗୁଣି ଗାରିଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

ରାୟଗଡା: ରାୟଗଡା ଜିଲ୍ଲାରେ ଅନ୍ଧବିଶ୍ୱାସ ଜନିତ ଆକ୍ରମଣ ଓ ହତ୍ୟାକାଣ୍ଡ ଘଟଣା ଥମିବାର ନା ନେଉନିl ପୁଣି ଏକ ଗୁଣି ଗାରିଡି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ନେଇ ସୂଚନା ମିଳିଛିସୂଚନା ଅନୁସାରେ, ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ସାନସିଗୁରୁ ଗ୍ରାମର ଜଣେ ବୃଦ୍ଧାଙ୍କୁ ଗୁରୁବାର ବିଲମ୍ବିତ ରାତ୍ରୀରେ କିଛି ଯୁବକ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ରାୟଗଡ଼ା ବ୍ଲକ କାରୁବାୟି ପଞ୍ଚlୟତ ସାନସିଗୁରୁ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଜଣଙ୍କ ହେଳେ ୬୦ ବର୍ଷୀୟ ବୃଦ୍ଧ ଜୟଧନ ମଣ୍ଡାଙ୍ଗୀ। ଆଜି ମୃତ ଜୟଧନଙ୍କ ପୁଅ ଜଗା ତାଡିଙ୍ଗି ଏନେଇ ଶେଷଖାଲ ଥାନାରେ ଅଭିଯୋଗ କରିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଘରେ ଏକୁଟିଆ ସୋଇଥିବା ଅବସ୍ଥାରେ ଗାଁର କିଛି ଯୁବକ ଛୁରା ମାରି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛିଅଭିଯୋଗ ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking