ଭୁବନେଶ୍ବର : ରାଜ୍ୟର ୨ଟି ସ୍ଥାନରେ ‘ଆମ ବସ୍’ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି । ଖଣ୍ଡଗିରି ଛକରେ ଆମ ବସ୍ ଜଣେ ବୃଦ୍ଧଙ୍କୁ ଘୋଷାଡିନେବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ସେହିଭଳି ସତ୍ୟବାଦୀରେ ବି ଆମ୍ ବସ୍ର ବେପରୁଆ ଗାଡ଼ି ଚାଳନା ଦେଖିବାକୁ ମିଳିଛି । ସତ୍ୟବାଦୀ ଗୋପାଳଜୀଉ ମନ୍ଦିରରୁ ପୁରୀ ଯାଉଥିଲା ଆମ ବସ୍ । ଏହି ସମୟରେ ସାକ୍ଷୀଗୋପାଳ ଲେବଲ କ୍ରସିଂ ନିକଟରେ ଦୁର୍ଘଟଣା ଘଟିଛି । ଲେବଲ୍ କ୍ରସିଂ ପାଖରେ ଠିଆ ହୋଇଥିବା ବେଳେ ୩ଟି ବାଇକକୁ ଧକ୍କା ଦେଇଥିଲା ଆମ ବସ୍ । ଏଥିରେ ଆମ୍ ବସ୍ ଧକ୍କାରେ ୩ ଜଣ ଆହତ ହୋଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଏଥିରେ ଏକ ନାବାଳକ ଅଳ୍ପକେ ବର୍ତ୍ତି ଯାଇଛି । ଏକ ଦମ୍ପତ୍ତି ଏଥିରେ ଆହତ ହୋଇଛନ୍ତି ।