କାମାକ୍ଷାନଗର: କାମାକ୍ଷାନଗରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ରେଳଧାରଣା କଡରେ ଛିଡା ହୋଇଥିବା ବୃଦ୍ଧଙ୍କୁ ଘୋଷାଡି ନେଇଛି ଟ୍ରେନ୍ । ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । କାମାକ୍ଷାନଗର ଥାନା ବୁଢାପଙ୍କ – ଡୁବୁରୀ ରେଳପଥର ମଠକରଗୋଳା ଗାଁରେ ଏହି ଅଘଟଣ ଘଟିଛି । ମୃତକ ବୃଦ୍ଧା ମଠକରଗୋଳା ଗାଁ ଶବରସାହିର ଗୁମାନି ବେହେରା ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ ଗୁମାନି ଆଜି ସକାଳେ ରେଳଧଆରଣା ଦେଇ ନିଜ ବିଲକୁ ଯାଉଥିବା ସମୟରେ ହଠାତ୍ ଏକ ମାଲବାହୀ ଟ୍ରେନ ଆସିଥିଲା । ସେହି ସମୟରେ ଗୁମାନି ରେଳ ଧାରଣା ନିକଟରେ ଠିଆ ହୋଇଥିଲେ । କୌଣସି କାରଣ ପାଇଁ ଟ୍ରେନ ତାଙ୍କୁ ଟାଣି ନେଇଯାଇଥିଲା । ଫଳରେ ଗୁମାନିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି ।










