24.1 C
Bhubaneswar
Tuesday, July 15, 2025
Homeଦେଶ ବିଦେଶଗୋରୁ ପାଇଁ ଟଙ୍କା ନଥିବା ବେଳେ ନିଜେ ହଳ କଲେ ବୃଦ୍ଧ ଦମ୍ପତି

ଗୋରୁ ପାଇଁ ଟଙ୍କା ନଥିବା ବେଳେ ନିଜେ ହଳ କଲେ ବୃଦ୍ଧ ଦମ୍ପତି

ନୂଆଦିଲ୍ଲୀ: ଦି ମୁଠାଏ ଦାନା ପାଇବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିଥାଏ । କାହା ପାଖେ ଟଙ୍କା ଥିଲେ ଆଗକୁ ବଢନ୍ତି , ଆଉ କାହା ପାଖେ ଟଙ୍କା ନଥିଲେ ନିଜେ ପରିଶ୍ରମ କରି ପେଟପାଟଣା ଚଳାନ୍ତି । ଆଗରୁ ଶୁଣି ଆସୁଛୁ ଗାଇ ଜମିରେ ହଳ କରେ । ଆଉ ଚାଷୀ ମଧ୍ୟ ତା ସହିତ ରୁହେ । ହେଲେ କଣ ଶୁଣିଛନ୍ତି କେବେ ମଣିଷ ଜମିରେ ହଳ କରେ । ହଁ କଥାଟା ଆଶ୍ଚଯ୍ୟ ଲାଗିଲେ ବି ସତ । ଏଭଳି ଏକ ହୃଦୟ ବିଦାରକ ଘଟଣା ମହାରାଷ୍ଟ୍ରର ଲାଟୁର ଜିଲ୍ଲାରେ ଦେଖିବାକୁ ମିଳିଛି । ବୃଦ୍ଧ ଚାଷୀ ଦମ୍ପତ୍ତିଙ୍କ ପାଖେ ଏତେ ସମ୍ବଳର ଅଭାବ ଦେଖାଗଲା ଯେ ଶେଷରେ ବୃଦ୍ଧ ଜଣଙ୍କ ନିଜକୁ ବଳଦ ପରି ଲଙ୍ଗଳରେ ବାନ୍ଧିଛନ୍ତି । ଆଉ ବୃଦ୍ଧା ଜଣଙ୍କ ତାଙ୍କ ପଛେ ପଛେ ହଳ କରୁଛନ୍ତି । ଯେଉଁ ବୟସରେ ବିଶ୍ରାମ ନେବା କଥା ସେ ବୟସରେ କ୍ଷେତରେ କାମ କରୁଛନ୍ତି ବୃଦ୍ଧ ଦମ୍ପତ୍ତି । ସୂଚନା ଅନୁସାରେ, ଏହି ଦମ୍ପତ୍ତିଙ୍କ ନାମ ଅମ୍ବାଦାସ ପାୱାର ଏବଂ ତାଙ୍କ ସ୍ତ୍ରୀ ମୁକ୍ତାବାଇ । ସେମାନଙ୍କ ୨.୫ ଏକର ଚାଷଜମି ଅଛି । ଗତବର୍ଷ ମରୁଡି ଏବଂ ଅଦିନିଆ ବର୍ଷା ଯୋଗୁଁ ଫସଲ ସବୁ ନଷ୍ଟ ହୋଇଯାଇଛି । ଖାଲି ସେତିକି ନୁହେଁ ଋଣରେ ସବୁ ସଞ୍ଚୟ ମଧ୍ୟ ସୁଯାଇଛି । ପାଖରେ ବଳଦ ,ଟ୍ରାକ୍ଟର ଭଡା କରିବା ପାଇଁ ମଧ୍ୟ ଆର୍ଥିକ ସମ୍ବଳ ନାହିଁ । ଦମ୍ପତ୍ତି ଙ୍କ କହିବା ଅନୁସାରେ ପୁଅ ସହରରେ ଦିନ ମଜୁରିଆ ଭାବରେ କାମ କରେ । ଯେତେବେଳେ ସମ୍ଭବ ହୁଏ ଘରକୁ ଟଙ୍କା ପଠାନ୍ତି । ଆଉ ସେହି ଟଙ୍କାରେ ପରିବାର ମଧ୍ୟ ଚଳେ । ତଥାପି ଚାଷ କାମରେ ହଳ କାମରୁ ଆରମ୍ଭ କରି ଅମଳ ଯାଏଁ ଅମ୍ବାଦାସ, ମୁକ୍ତାବାଇ କରନ୍ତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking