ମୁମ୍ବାଇ : ସରୋଗେସି ମାଧ୍ୟମରେ ଡିମ୍ବାଣୁ ପ୍ରଦାନକାରୀ ମହିଳା ପ୍ରକୃତ ମା ନୁହନ୍ତି। ସେମାନେ ପିଲାଟିର ଜୈବିକ ମା’ ହୋଇପାରନ୍ତି ମାତ୍ର ଆଇନଗତ ଭାବେ ସେମାନେ ଜନ୍ମିତ ପିଲାର ମା’ ରୂପେ ବିବେଚିତ ହୋଇ ପାରିବେନି। ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଜଣେ ଡିମ୍ବାଣୁ ପ୍ରଦାନକାରୀ ମହିଳା ଯାଁଳା ଶିଶୁ କନ୍ୟାଙ୍କ ମା’ ରୂପେ ନିଜକୁ ଦାବି କରି କୋର୍ଟ ଯାଇଥିବା ବେଳେ ଏପରି ରାୟ ଶୁଣାଇଛନ୍ତି କୋର୍ଟ। ବିଚାରପତି ମିଲିନ୍ଦ ଯାଦବ ଏହି ମାମଲାର ଶୁଣାଣି କରି ଏପରି ରାୟ ପ୍ରକାଶ କରିଚନ୍ତି। ମୁମ୍ବାଇରେ ରହୁଥିବା ଜଣେ ମହିଳା ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ, କୌଣସି ଅନୁମତି ବିନା ତାଙ୍କ ଯାଆଁଳା କନ୍ୟା ସନ୍ତାନଙ୍କୁ ତାଙ୍କ ସ୍ୱାମୀ ଝାଡ଼ଖଣ୍ଡ ନେଇ ଯାଇଛନ୍ତି। ଏଥିସହ ସେମାନଙ୍କ ସହ ତାଙ୍କର ସାକ୍ଷାତ କରିବାକୁ ଦେଉ ନାହାନ୍ତି। ମହିଳା ଆବେଦନକାରୀ ଜଣକ ଝାଡଖଣ୍ଡ ନିବାସୀ ହୋଇଥିବା ବେଳେ ୨୦୧୨ ମସିହାରେ ବିବାହ କରିଥିଲେ। ମାତ୍ର ବହୁ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଯୋଗୁ ସେ ଗର୍ଭଧାରଣ କରି ପାରିଲେ ନାହିଁ। ସେ କେବେ ଗର୍ଭ ଧାରଣ କରି ପାରିବେ ନାହିଁ ବୋଲି ଡାକ୍ତର କହିବା ସହ ଆଇଭିଏଫ୍ ଜରିଆରେ ସନ୍ତାନର ପିତାମାତା ହେବାକୁ ପରାମର୍ଶ ଦେଇଥିଲେ। ଏଥିନିମନ୍ତେ ମହିଳା ଜଣକ ନିଜ ଭଉଣୀଙ୍କୁ ଅନୁରୋଧ କରିଥିଲେ। ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ।ଜଣେ ଡିମ୍ବାଣୁ ପ୍ରଦାନକାରୀ ମହିଳା ଯାଁଳା ଶିଶୁ କନ୍ୟାଙ୍କ ମା’ ରୂପେ ନିଜକୁ ଦାବି କରି କୋର୍ଟ ଯାଇଥିବା ବେଳେ ଏପରି ରାୟ ଶୁଣାଇଛନ୍ତି କୋର୍ଟ। ସରୋଗେସି ଅଧିନିୟମ ଅନୁଯାୟୀ, କେବଳ ଡୋନରଙ୍କର ବାଏଲୋଜିକାଲ୍ ଅବଦାନ କରାଯାଇଥାଏ ଏବଂ ଶିଶୁର ଆଇନଗତ ପିତାମାତାଙ୍କୁ ଜନ୍ମ ସମୟରେ ଚିହ୍ନଟ କରାଯାଇଥାଏ। ଏହି ନିଷ୍ପତ୍ତି ପରେ ଏବେ ସରୋଗେସି ଏବଂ ଡୋନରଙ୍କର ଅଧିକାର ମଧ୍ୟରେ ଥିବା ସୀମା ସ୍ପଷ୍ଟ ହୋଇଛି।










