17.1 C
Bhubaneswar
Wednesday, December 10, 2025
Homeଓଡିଶାଧାମନଗରରେ ୨ ଦିନ ଶିକ୍ଷାନୁଷ୍ଠାନ ବନ୍ଦ

ଧାମନଗରରେ ୨ ଦିନ ଶିକ୍ଷାନୁଷ୍ଠାନ ବନ୍ଦ

ଭଦ୍ରକ: ଲଗାଣ ବର୍ଷା ଓ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଭଦ୍ରକ ଜିଲାର ଧାମନଗର ବ୍ଲକରେ ସୃଷ୍ଟି ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଧାମନଗରର ୪ଟି ପଞ୍ଚାୟତ—ସୋହଡ଼ା, ପଧାନୀ, ଅର୍ଜୁନପୁର ଓ ହସନାବାଦରେ ୨୫ଟି ସ୍କୁଲ ଏବଂ ୨ଟି ପଞ୍ଚାୟତର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ୨ ଦିନ ପାଇଁ ବନ୍ଦ ରହିବ।

ଆଖୁଆପଦା ଠାରେ ୧୮.୮୬ ମି. ଉପରେ ବୈତରଣୀ ନଦୀର ବନ୍ୟାଜଳ ରହିଛି। ଭଣ୍ଡାରିପୋଖରୀର କଣ୍ଟିଘାଇ ନିକଟରେ ଚାଷ ଜମିରେ ପଶୁଛି ବନ୍ୟା ଜଳ। ଧାମନଗର ମଲ୍ଲିମାହାରା ଓ ଗୌରାଙ୍ଗପୁର ଏସ୍‌କେପ୍ ଦେଇ ବନ୍ୟା ଜଳ ପ୍ରବେଶ। ବନ୍ୟା ଯୋଗୁଁ ବିଭିନ୍ନ ବିଦ୍ୟାଳୟ ପାଣି ଘେରରେ ରହିଥିବା ରିପୋର୍ଟ ମିଳିଛି। ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନିରାପତ୍ତାକୁ ପ୍ରାଥମିକତା ଦେଇ ଜିଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ରିଲିଫ ଓ ସହାୟତା ପ୍ରଦାନ ପାଇଁ ଉଦ୍ୟମ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking