29.1 C
Bhubaneswar
Friday, October 4, 2024
Homeଦେଶ ବିଦେଶମନି ଲଣ୍ଡରିଂ ମାମଲାରେ ଆଝାରୁଦ୍ଦିନ୍‌ଙ୍କୁ ଇଡି ସମନ

ମନି ଲଣ୍ଡରିଂ ମାମଲାରେ ଆଝାରୁଦ୍ଦିନ୍‌ଙ୍କୁ ଇଡି ସମନ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପ୍‌ଟେନ୍ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କୁ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  (ଇଡି) ସମନ ପଠାଇଛି । ଆଝାର ହାଇଦ୍ରାବାଦ କ୍ରିକେଟ୍ ସଂଘ (ଏଚ୍‌ପିଏ) ଅଧ୍ୟକ୍ଷ ଭାବେ ନିଜ କାର୍ଯ୍ୟକାଳରେ ଭଷ୍ଟ୍ରାଚାର କରିଥିବା ଅଭିଯୋଗ ରହିଛି । ଅବଶ୍ୟ ଆଝାର ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ଏଚ୍‌ସିଏରେ ଆର୍ଥିକ ଅନିୟମିତତାର ଇଡି ଯାଞ୍ଚ୍ କରୁଛି । ପୂର୍ବରୁ ଉପ୍ପୁଲ୍ ଥାନାରେ ଦାଏର ମାମଲା ଆଧାରରେ ଇଡି ଆଝାରଙ୍କୁ ପଚରା ଉଚରା ପାଇଁ ଆଜି ସମନ ପଠାଇଥିଲା । ପିଏମ୍‌ଏଲ୍‌ଏ ଆକ୍ଟ ଅନୁସାରେ ହାଇଦ୍ରାବାଦସ୍ଥିତ ଅଫିସ୍‌ରେ ଆଝାରୁଦ୍ଦିନ୍‌ଙ୍କ ବୟାନ ରେକର୍ଡ ହେବାର ଥିଲା । ମାତ୍ର ଆଝାରୁଦ୍ଦିନ୍ ଆଉ ଅଧିକ ସମୟ ମାଗିବାରୁ ଇଡି ପକ୍ଷରୁ ଅକ୍ଟୋବର ୮ ତାରିଖ ପାଇଁ ନୂଆ ସମନ ପଠାଯାଇଛି । ୬୧ ବର୍ଷୀୟ ପୂର୍ବତନ କ୍ରିକେଟର୍‌ଙ୍କ ପୂର୍ବରୁ ନାମରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ହୋଇଥିଲା । ଏହି କାରଣରୁ ବିସିସିଆଇ ତାଙ୍କୁ ବ୍ୟାନ୍ ମଧ୍ୟ କରିଥିଲା । ତେବେ ପରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking