32.1 C
Bhubaneswar
Wednesday, September 18, 2024
Homeସ୍ୱାସ୍ଥ୍ୟସକାଳେ ଖାଲି ପେଟରେ ଖାଆନ୍ତୁ ଏହି ଜିନିଷ: ଶରୀରରେ ରହିବନି ୟୁରିକ ଏସିଡର ସମସ୍ୟା…

ସକାଳେ ଖାଲି ପେଟରେ ଖାଆନ୍ତୁ ଏହି ଜିନିଷ: ଶରୀରରେ ରହିବନି ୟୁରିକ ଏସିଡର ସମସ୍ୟା…

ଭୁବନେଶ୍ୱର : ଆଜି ପ୍ରତ୍ୟକ ୧୦ ଜଣରୁ ୮ ଜଣ ବ୍ୟକ୍ତି ୟୁରିକ ଏସିଡରେ ବିଚଳିତ। ଏହାର କାରଣ ଅସ୍ୱାସ୍ଥ୍ୟକର ଖାଦ୍ୟପାନୀୟ ଓ ଖରାପ ଜୀବନ ଶୈଳୀ ଅଟେ। ଯଦି ଶରୀରରେ ୟୁରିକ ଏସିଡ ର ମାତ୍ରା ବଢିଯାଏ ତେବେ ଗଣ୍ଠିଯନ୍ତ୍ରଣା ଓ ଆର୍ଥାରାଇଟିସ ସହିତ ଅନ୍ୟ ରୋଗ ହୋଇପାରେ। ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ ଅଟେ। ଆସନ୍ତୁ ଜାଣିବା ୟୁରିକ ଏସିଡ କୁ କିପରି ନିୟନ୍ତ୍ରଣ କରିବା…..
ପ୍ରଥମେ ଜାଣନ୍ତୁ ୟୁରିକ ଏସିଡ କଣ?
ୟୁରିକ ଏସିଡ ଏକପ୍ରକାର କେମିକାଲ ଅଟେ। ବାସ୍ତବରେ, ଶରୀରରେ ଥିବା କେତେକ କୋଷ ଏବଂ ଖାଦ୍ୟରେ ପ୍ୟୁରିନ୍ ନାମକ ପ୍ରୋଟିନ୍ ତିଆରି ହୁଏ, ଯାହା ୟୁରିକ୍ ଏସିଡ୍ ସୃଷ୍ଟି କରେ|ସାଧାରଣତ ଏହା କିଡନି ଦ୍ୱାରା ଆମ ଶରୀର ରୁ ନିଷ୍କାସିତ ହୋଇଥାଏ। ଯେତେବେଳେ ଏହା ଶରୀର ରୁ ନିଷ୍କାସିତ ହୋଇନପାରେ କିମ୍ୱା ଏସିଡର ମାତ୍ରା ଶରୀରରେ ବଢ଼ିଯାଏ ତାହା ରକ୍ତରେ ମିଶିଯାଏ।
ୟୁରିକ ଏସିଡ ହେବାର ଲକ୍ଷଣ
୧. ଆଣ୍ଠୁ ଗଣ୍ଠି ରେ ଫୁଲା, ଯନ୍ତ୍ରଣା, ଓ କଠିନତା
୨. ଗଣ୍ଠି ଯନ୍ତ୍ରଣା ଏବଂ ଲାଲ ରଙ୍ଗ
୩. ଅଦୃଶ୍ୟତା ଓ ଚିନ୍ତା
ୟୁରିକ ଏସିଡ ବଢିବାର କାରଣ
୧. ଅତ୍ୟଧୀକ ମଦ୍ୟପାନ କରିବା
୨. ବଂଶାନୁକ୍ରମିକତା
୩. ଥାୟରଏଡ
୪. ଭିଟାମିନ B3 ର ଅଭାବ
୫. ମୋଟାପଣ
୬. ଅଧୀକ ପ୍ୟୁରିନ ଯୁକ୍ତ ଖାଦ୍ୟ ଖାଇବା
୭. ପ୍ରଚୁର ପାଣି ନ ପିଇବା
୮. ବୃକକ୍ ବିଫଳତା
ହାଇ ୟୁରିକ ଏସିଡର ଲକ୍ଷଣ
୧. ଗଣ୍ଠି ଯନ୍ତ୍ରଣା
୨. ଉଠିବା ବସିବାରେ ଅସୁବିଧା
୩. ଗଣ୍ଠିରେ ଅତ୍ୟଧୀକ ଯନ୍ତ୍ରଣା
୪. ଗଣ୍ଠି ଫୁଲା
୫. ସୁଗାର ଲେବଲ ବଢ଼ିବା।
ୟୁରିକ ଏସିଡକୁ କଣ୍ଟ୍ରୋଲ କରିବା ପାଇଁ ସବୁଠାରୁ ଜରୁରି ହେଉଛି ସଠିକ ଖାଦ୍ୟ ପାନୀୟ ଓ ଜୀବନ ଶୈଳୀ। ଏହା ବ୍ୟତିତ ସକାଳେ ଖାଲି ପେଟରେ କିଛି ଜିନିଷ ଖାଇଲେ ଆପଣ ଏହାକୁ ନିୟନ୍ତ୍ରଣ କରିପାରିବେ।
ଆପଲ ସାଇଡର ଭିନେଗାର
ଖାଲି ପେଟରେ ଏକ ଗ୍ଲାସ ପାଣି ସହିତ ଏକ ଚାମଚ ଆପଲ ସାଇଡର ଭିନେଗାରକୁ ମିଶାଇ ପିଅନ୍ତୁ। ଏଥିରୁ ଶରୀରକୁ ବିଭିନ୍ନ ପ୍ରକାର ଏଞ୍ଜାଇମ ଓ ପୋଷକ ତତ୍ୱ ମିଳିଥାଏ। ଯାହା ଫଳରେ ୟୁରିକ ଏସିଡ ଶରୀରେ ନିୟନ୍ତ୍ରଣ ହୋଇ ରହେ।
ଲେମ୍ୱୁ ପାଣି
ଏକ ଗ୍ଲାସ ଉଷୁମ ପାଣିରେ ଲେମ୍ୱୁ ରସ ସହ ମହୁ ମିଶାଇ ପିଅନ୍ତୁ। ଏଥିରେ ଶରୀରରୁ ଥିବା ବିଷାକ୍ତ ତତ୍ୱ ବାହାରି ଆସିଥାଏ ଓ ୟୁରିକ ଏସିଡ ନିୟନ୍ତ୍ରଣ ରେ ରହେ।
ଫ୍ଲାକ୍ସ ସିଡ୍ସ
ଫ୍ଲାକ୍ସ ସିଡ୍ସକୁ ରାତିରେ ଏକ ପାତ୍ରରେ ଭିଜାଇ ରଖନ୍ତୁ। ସକାଳେ ତାହାକୁ ଭଲ ଭାବେ ଚୋବାଇ ଖାଆନ୍ତୁ ଏଥିରେ ଓମେଗା-୩ ଫେଟି ଏସିଡ, ଫାଇବର, ମାଗ୍ନେସିୟମ, ମାଙ୍ଗାନିଜ, ଓ ପ୍ରୋଟିନ ଥାଏ। ଏଥିରେ ଫସ୍ପରସ ଅଧୀକ ପରିମାଣରେ ଥାଏ ଯାହା ପାଇଁ ଶରୀର ରେ ୟୁରିକ ଏସିଡ ବଢ଼ିବାକୁ ନାହିଁ ।
ପନିପରିବା ରସ
ଯଦି ୟୁରିକ ଏସିଡର ମାତ୍ରା ଶରୀରରେ କମ କରିବା ପାଇଁ ଚାହୁଁଛନ୍ତି ତେବେ ବ୍ରେକ ଫାଷ୍ଟରେ ପରିବା ଜୁସ ପିଇବା ପାଇଁ ଯମା ଭୁଲନ୍ତୁ ନାହିଁ। ଏହା ଶରୀରକୁ ବିଷମୁକ୍ତ କରିବା ସହ ସ୍ପଟିକଗୁଡ଼ିକ ଭାଙ୍ଗିବାରେ ମଧ୍ୟ ସାହାଯ୍ୟ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking