33.1 C
Bhubaneswar
Saturday, May 31, 2025
Homeଦେଶ ବିଦେଶପାକିସ୍ତାନରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୪.୪

ପାକିସ୍ତାନରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୪.୪

ନୂଆଦିଲ୍ଲୀ: ପହଲାଗାମ ଆକ୍ରଣଣକୁ ନେଇ  ଭାରତ – ପାକିସ୍ତାନ  ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଅନ୍ୟପଟେ ବୁଧବାର ରାତି ୯ଟା ୫୮ ମିନିଟରେ ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪ .୪ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଉତ୍ତର ପାକିସ୍ତାନ ଅଞ୍ଚଳ ବୋଲି ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ସୂଚନା ଦେଇଛି । ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକ ପ୍ରାଣ ବିକଳରେ ଘର ଛାଡ଼ି ବାହାରକୁ ଦୌଡ଼ି ଆସିଥିବା ଦେଖିବା ମିଳିଛି । ବିଶେଷ କରି ପୁରୁଣା ଘର ଥିବା ଅଞ୍ଚଳର ଲୋକଙ୍କ ଚିନ୍ତା ବଢ଼ିଯାଇଛି । ସ୍ଥିତି ଉପରେ ନଜର ରଖିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଶେହବାଜ ସରକାର । ତେବେ ଭୂକମ୍ପ ଝଟକାରେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ମିଳିନାହିଁ । ଏହା ପୂର୍ବରୁ ଏପ୍ରିଲ ୧୨ ତାରିଖରେ ପାକିସ୍ତାନରେ ୫ଦଶମିକ ୮ ତୀବ୍ରତାର ଭୂମିକମ୍ପ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking