19.1 C
Bhubaneswar
Sunday, January 11, 2026
Homeଦେଶ ବିଦେଶଫିଲିପାଇନ୍ସରେ ଭୂମିକମ୍ପ ଝଟକା ଅନୁଭୂତ

ଫିଲିପାଇନ୍ସରେ ଭୂମିକମ୍ପ ଝଟକା ଅନୁଭୂତ

ଫିଲିପାଇନ୍ସ: ଫିଲିପାଇନ୍ସରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (ୟୁଏସଜିଏସ) ଅନୁଯାୟୀ, ବୁଧବାର ଫିଲିପାଇନ୍ସର ଦକ୍ଷିଣ ଉପକୂଳରେ ଭୂମକମ୍ପର ତୀବ୍ରତା ୬.୪ ରେକର୍ଡ କରାଯାଇଛି । ପ୍ରାରମ୍ଭରେ ଏହି ଭୂମିକମ୍ପର ତୀବ୍ରତା ୬.୭ ବୋଲି ରିପୋର୍ଟ କରାଯାଇଥିଲା, କିନ୍ତୁ ପରେ ଏହାକୁ ୬୦୪ ମାପ କରାଯାଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ମିଣ୍ଡାନାଓ ଦ୍ୱୀପର ସାଣ୍ଟିଆଗୋ ସହରରୁ ପ୍ରାୟ ୨୭ କିଲୋମିଟର ପୂର୍ବରେ ସମୁଦ୍ର ମଧ୍ୟରେ ଥିଲା । ଏହା ପ୍ରାୟ ୫୮.୫ କିଲୋମିଟର ଗଭୀରତାରେ ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ସୁନାମି ଚେତାବନୀ ଜାରି କରାଯାଇ ନାହିଁ । ଏହି ଭୂମିକମ୍ପ ଯୋଗୁଁ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ । ଏହା ପୂର୍ବରୁ ସମ୍ପ୍ରତି କେନ୍ଦ୍ରୀୟ ଫିଲିପାଇନ୍ସର ସେବୁ ପ୍ରଦେଶରେ ୬.୯ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପରେ ୭୬ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୭୨,୦୦୦ ଘର କ୍ଷତିଗ୍ରସ୍ତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking