ଆସାମ: ଆସାମରେ ଭୂମିକମ୍ପ ଝଟକା ଅନୁଭୂତ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ରିପୋର୍ଟ ଅନୁସାରେ, ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ରେକର୍ଡ କରାଯାଇଛି । ଆସାମର ମୋରିଗାଓଁରେ ଆଜି ଭୋର ୪:୧୭ ସମୟରେ ଭୂମିକମ୍ପ ହୋଇଥିଲା । ଆସାମରେ ହୋଇଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୫୦ କିଲୋମିଟର ତଳେ ଥିଲା । ରିପୋର୍ଟ ଅନୁସାରେ, ଆଜି ଭୋର ଉତ୍ତର ପୂର୍ବ ଭାରତୀୟ ରାଜ୍ୟ ତ୍ରିପୁରାଏବଂ ଆସାମରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ତ୍ରିପୁରାରେ ହୋଇଥିବା ଭୂମିକମ୍ପ ସମ୍ପର୍କରେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଜାରି କରିଛି । ସୂଚନା ଅନୁସାରେ, ଆଜି ଭୋର ୩:୩୩ରେ ଭୂମିକମ୍ପ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୫୪ କିଲୋମିଟର ଗଭୀରରେ ଥିଲା । ଦୁଇ ଭୂମିକମ୍ପରେ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ରିପୋର୍ଟ ମିଳିନାହିଁ ।









