19.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଫିଲିପାଇନ୍ସରେ ଭୂମିକମ୍ପ ଝଟକା 

ଫିଲିପାଇନ୍ସରେ ଭୂମିକମ୍ପ ଝଟକା 

ମନିଲା : ଫିଲିପାଇନ୍ସରେ ଗୁରୁବାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ଅନୁସାରେ ଗୁରୁବାର ପୂର୍ବାହ୍‌ଣ ୧୦ଟା ୧୩ରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ୭୨୨ କିଲୋମିଟର ଗଭୀରରେ ଥିଲା। ଉପକୂଳବର୍ତ୍ତୀ ସହର ପାଲେମବାଙ୍ଗ ଠାରୁ ପାଖାପାଖି ୧୩୩ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଏହା ଅନୁଭୂତ ହୋଇଥିଲା। ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଲୋକେ ଭୟଭୀତ ହୋଇଯାଇଥିଲେ। ଲୋକେ ଘର ଭିତରୁ ବାହାରି ଯାଇଥିଲେ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭୂମିକମ୍ପ ବିଜ୍ଞାନ ପ୍ରତିଷ୍ଠାନ ତରଫରୁ କୁହାଯାଇଛି,ସ୍ଥାନୀୟ ସମୟ ସକାଳ ୧୦ଟା ୩୦ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ଦେଶର ଦ୍ବିତୀୟ ସର୍ବବୃହତ ଦୀପ ମିଡାନାଓ ନିକଟରେ ଏହା ଅନୁଭୂତ ହୋଇଥିଲା। ତେବେ ରିପୋର୍ଟ ଲେଖାଯିବା ବେଳକୁ ଭୂମିକମ୍ପ କାରଣରୁ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ୭.୧ର ତୀବ୍ରତାର ଭୂମିକମ୍ପ ପରେ ଫିଲିପାଇନ୍ସ ସରକାର ସୁନାମୀ ନେଇ ସତର୍କ ସୂଚନା ଜାରି କରିଛନ୍ତି। ମାତ୍ର ଏଠାରେ ଏବେ ଜନଜୀବନକୁ କୌଣସି କ୍ଷତି ପହଞ୍ଚି ନାହିଁ। ଏହା ପୂର୍ବରୁ ବୁଧବାର ତୁର୍କିଏରେ ମଧ୍ୟ ଭୂମିକମ୍ପ ହୋଇଥିଲା। ସେହିପରି ମଙ୍ଗଳବାର ରାତି ୮ଟା ୪୬ମିନିଟରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking