27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶନେପାଳରେ ଭୂକମ୍ପର ଝଟକା

ନେପାଳରେ ଭୂକମ୍ପର ଝଟକା

ବ୍ୟୁରୋ : ପୁଣିଥରେ ଭୂକମ୍ପରେ ଥରିଲା ନେପାଳ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ । ଆଜି ସକାଳୁ ସକାଳୁ ନେପାଳବାସୀ ଭୂକମ୍ପ ଅନୁଭୂତ କରିଥିବା ନେପାଳ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଥିଲା । ଭୂକମ୍ପର ଝଟକାରେ ଲୋକମାନେ ଅତ୍ୟଧିକ ଭୟଭୀତ ହୋଇଯାଇଥିଲେ । ଗତ ନ‌ଭେମ୍ବର ୩ରେ ନେପାଳରେ ହୋଇଥିବା ଶକ୍ତ ଭୂକମ୍ପର ପରିମାଣ ଏ ପର୍ଯ୍ୟନ୍ତ ଭୁଲି ପାରୁନାହାନ୍ତି । ଭୂକମ୍ପରେ ହୋଇଥିବା କ୍ଷତିର ଭରଣ ପୂରଣ ହୋଇନାହିଁ ପୁଣି ଭୂକମ୍ପରେ ଆତଙ୍କିତ ଅଛନ୍ତି ନେପାଳବାସୀ । ଆଜି ହୋଇଥିବା ଭୂକମ୍ପରେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ହିମାଚଳ ପ୍ରଦେଶର ମାକୱାନପୁର ଜିଲ୍ଲାର ଚିତଲାଙ୍ଗରେ ଭୂକମ୍ପ ସୃଷ୍ଟି ହୋଇଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking