32.1 C
Bhubaneswar
Saturday, April 4, 2026
Homeଓଡିଶାଆଫଗାନିସ୍ତାନରେ ଭୂକମ୍ପ: ୮ ମୃତ

ଆଫଗାନିସ୍ତାନରେ ଭୂକମ୍ପ: ୮ ମୃତ

ନୂଆଦିଲ୍ଲୀ; ଶୁକ୍ରବାର ରାତିରେ ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଏକ ଶକ୍ତିଶାଳୀ ଭୁମିକମ୍ପ ଅନୁଭୂତ ହୋଇଛି । ପାକିସ୍ତାନ ପାଣିପାଗ ବିଭାଗ ରିପୋର୍ଟ କରିିଛି ଯେ, ଦେଶର ବିଭିନ୍ନ ସ୍ଥାନରେ ୬.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଭୁମିକମ୍ପର କେନ୍ଦ୍ର ଭୂପୃଷ୍ଠରୁ ୧୯୦ କିଲୋମିଟର ଗଭୀରତାରେ ଥିଲା । ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ୫.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହେବା ପରେ ଦିଲ୍ଲୀ – ଏନସିଆର ଏବଂ ଉତ୍ତର ଭାରତର ବିଭିନ୍ନ ସ୍ଥନାରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା । ଆଫଗାନିସ୍ତାନରେ ୮ ଜଣଙ୍କର ମୃତ୍ୟୁ ହୋଇି । ହଠାତ ଭୂଇଁ ଥରିବା ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରାଇଛି । ରାତି ପ୍ରାୟ ୯ଟା ୫୦ରେ ରେକର୍ଡ କରାଯାଇଥିବା ଏହି ଭୂମିକମ୍ପର ଝଟକା ନୋଏଡା, ଚଣ୍ଡିଗଡ , ପଞ୍ଚାବର ଲୁଧିଆନା ଏବଂ ଜାମ୍ମୁ ଓ କାଶ୍ମୀରର ପୁଞ୍ଚ , ଶ୍ରୀନଗର ଏବଂ ଉଧମପୁର ଡେରାଡୁନ ସମେତ ଅନ୍ୟାନ୍ୟ ସ୍ଥାନରୁ ଅନୁଭୂତ ହୋଇଥିଲା । କାବୁଲରେ ଭୂମିକମ୍ପ ଯୋଗୁଁ ଏକ ଘର ଭୁଶୁଡି ପଡିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି ।ଇସଲାମାବାଦ, ପଞ୍ଜାବର କିଛି ଅଂଶ, ଖାଇବର ପଖତୁନଖ୍ୱା, ପେଶାୱର ଏବଂ ଅନ୍ୟାନ୍ୟ ଅଞ୍ଚଳ ସମେତ ପାକିସ୍ତାନର ଅନେକ ସହରରେ ମଧ୍ୟ ଭୂମିକମ୍ପର ଝଟକା କିଛି ସମୟ ପାଇଁ ଅନୁଭୂତ ହୋଇଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking