15.1 C
Bhubaneswar
Tuesday, December 9, 2025
Homeଓଡିଶାକୋଲକାତାରେ ଭୂମିକମ୍ପ ଅନୁଭୂତ: ରିକ୍ଟର ସ୍କେଲରେ ତୀବ୍ରତା ୫.୬

କୋଲକାତାରେ ଭୂମିକମ୍ପ ଅନୁଭୂତ: ରିକ୍ଟର ସ୍କେଲରେ ତୀବ୍ରତା ୫.୬

କୋଲକାତା: ଭୂମିକମ୍ପର ଝଟକାରେ ଥରିଲା କୋଲକାତା। ଶୁକ୍ରବାର ସକାଳେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୬ ଥିଲା। ତେବେ ଏହାର କେନ୍ଦ୍ରସ୍ଥଳ ବାଂଲାଦେଶର ଟୁଙ୍ଗିରେ ହୋଇଥିବା ଜଣାପଡ଼ିଛି । ତେବେ ଭୂମିକମ୍ପ ପରେ ଭୟଭୀତ ହୋଇ କୋଲାକାତାର ବାସିନ୍ଦାମାନେ ଘରୁ ବାହାରକୁ ବାହାରି ଆସିଥିଲେ । ମିଳିଥିବା ସୂଚନା ଅନୁସାରେ ସକାଳ ୧୦ଟା ୧୦ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । କୋଲକାତା, ଆଖପାଖ ଜିଲ୍ଲା ଏବଂ ଉତ୍ତର ବଙ୍ଗରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । କୁଚବିହାର ଏବଂ ଦିନାଜପୁରରେ ମଧ୍ୟ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ତଥାପି, କୋଲାକାତର କୌଣସି ସ୍ଥାନରୁ କିଛି କ୍ଷୟକ୍ଷତିର ଖବର ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking