ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କିନୌର ଜିଲ୍ଲାରେ ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ଥିଲା । ଆଜ ଭୋର ପ୍ରାୟ ୪ଟାରେ ଅନୁଭୂତ ହୋଇଥିଲା । ଭୁକମ୍ପ ଅନୁଭୂତ ହେବାରୁ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡିଥିଲେ । ବଡ କଥା ହେଉଛି, ଏହି ଭୁକମ୍ପରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତି ରିପୋର୍ଟ ମିଳିନାହିଁ । କିନୌର ଅଞ୍ଚଳରେ ୩୧. ୫୮ ଡିଗ୍ରୀ ଉତ୍ତର ଆକ୍ଷାଂଶ ଏବଂ ୭୮.୪୨ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା । ଭୂମିକମ୍ପଟି ୫ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଥିଲା ।










