ଜାପାନ: ଜାପାନରେ ଭୂମିକମ୍ପ ଝଟକା ଅନୁଭୂତ । ରବିବାର ଦିନ ଉତ୍ତର ଜାପାନର ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୭ ରେକର୍ଡ କରାଯାଇଛି । ଏହା ଇୱାଟେ ପ୍ରଦେଶର ଉପକୂଳରୁ ସମୁଦ୍ର ପତ୍ତନଠାରୁ ୧୦ କିଲୋମିଟର ତଳେ କେନ୍ଦ୍ରୀତ ହୋଇଥିଲା । ଏନେଇ ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ଏହି ଶକ୍ତିଶାଳୀ ଭୂମିକମ୍ପ ପରେ ଜାପାନରେ ସୁନାମି ଚେତାବନୀ ଜାରି କରାଯାଇଛି । ଉତ୍ତର ଉପକୂଳ ଅଞ୍ଚଳରେ ଏକ ମିଟର ଉଚ୍ଚ ସୁନାମି ତରଙ୍ଗ ଆସିବାର ଆସଙ୍କା କରାଯାଉଛି ।










