28.1 C
Bhubaneswar
Thursday, March 5, 2026
Homeଓଡିଶାଇ.ଓ.ଟି. କ୍ରେନ୍ ସୁରକ୍ଷା ଓ ଗଳନ ଧାତୁ ବ୍ୟବହାର ସୁରକ୍ଷା” ସମ୍ବନ୍ଧୀୟ ବିଶେଷତା ଓ ଗୁଣବତ୍ତା...

ଇ.ଓ.ଟି. କ୍ରେନ୍ ସୁରକ୍ଷା ଓ ଗଳନ ଧାତୁ ବ୍ୟବହାର ସୁରକ୍ଷା” ସମ୍ବନ୍ଧୀୟ ବିଶେଷତା ଓ ଗୁଣବତ୍ତା ତାଲିମ

ଭୁବନେଶ୍ବର: ରାଜ୍ୟରେ ଉଦ୍ୟୋଗିକ କାର୍ଯ୍ୟକ୍ଷେତ୍ରରେ ବୃଦ୍ଧିଶୀଳ ଯାନ୍ତ୍ରିକୀକରଣକୁ ଦୃଷ୍ଟିରେ ରଖି କାରଖାନାଗୁଡ଼ିକରେ ସୁରକ୍ଷିତ କାର୍ଯ୍ୟସ୍ଥଳ ସୃଷ୍ଟି କରିବା ଏବଂ ଶ୍ରମିକ ସୁରକ୍ଷା ସୁନିଶ୍ଚିତ କରିବାକୁ ସରକାର ସଦା ପ୍ରାଥମିକତା ଦେଇଆସୁଛନ୍ତି । ଏହାର ଅଂଶ ରୂପେ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମଞ୍ଜୁରୀକ୍ରମେ କାରଖାନା ଓ ବାଷ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ନିୟମିତ ଭାବରେ ବିଭିନ୍ନ ସୁରକ୍ଷା ସମ୍ବନ୍ଧୀୟ ବିଷୟରେ ଚାଲିମ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଆସୁଛି। ଏହି କ୍ରମରେ, ୧୪.୧୧.୨୦୨୫ (ଶୁକ୍ରବାର)ରିଖ ନିର୍ଦ୍ଦେଶାଳୟ, କାରଖାନା ଓ ବଏଲର୍ସ, ଓଡିଶାଙ୍କ ପରିଚାଳନାରେ “ଇ.ଓ.ଟି. ବ୍ର କ୍ରେନ୍ ସୁରକ୍ଷା ଓ ଗଳନ ଧାତୁ ବ୍ୟବହାର ସୁରକ୍ଷା” ବିଷୟକ ଏକଦିନିଆ ବିଶେଷ ଚାଲିମ କାର୍ଯ୍ୟକ୍ରମ ଗୌରବପୂର୍ଣ୍ଣ ଭାବରେ ଆୟୋଜିତ ହୋଇଥୁଲା। ଚାଲିମ କାର୍ଯ୍ୟକ୍ରମରେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ଉପନିର୍ଦେଶକ (ସୁରକ୍ଷା), ଡଃ ମଳୟ କୁମାର ପ୍ରଧାନ, ଶ୍ରୀ ଅଖିଳ ଚନ୍ଦ୍ର ମହାରଣା, ଏ.ଜି.ଏମ୍. (ଡିଏସଓ) ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ, ସୁନ୍ଦରଗଡ଼ ଏବଂ ବିଜ୍ଞାନ ପ୍ରଶିକ୍ଷକମାନଙ୍କ ଦ୍ବାରା ସୁଫଳ ସଂପାଦିତ ହୋଇଥିଲା । ଏହି ତାଲିମର ମୂଳ ଉଦ୍ଦେଶ୍ୟ ଥିଲା-କ୍ରେନ୍ ଚାଳକମାନଙ୍କୁ ସୁରକ୍ଷା ପ୍ରାଦାନ , ପ୍ରତିରୋଧୀ ପଦକ୍ଷେପ, ଓ ଜୀବନ-ସମ୍ପତ୍ତି ସୁରକ୍ଷା ସମ୍ପର୍କରେ ଉଚ୍ଚତମ ଜ୍ଞାନ ଓ ଦକ୍ଷତା ଦେଇ ସଶକ୍ତ କରିବା । ଡଃ ପ୍ରଧାନ ତାଙ୍କ ଗୁରୁତ୍ବପୂର୍ଣ୍ଣ ଉଦବୋଧନରେ କହିଥିଲେ ଯେ “ଭଦ୍ୟୋଗୀକ ପ୍ରତିଷ୍ଠାନମାନଙ୍କ ସ୍ଥାୟୀ ଉନ୍ନତି କେବଳ ଯନ୍ତ୍ରପାତି ଓ ପ୍ରଯୁକ୍ତି ଉପରେ ନୁହେଁ, ବର” ଦକ୍ଷ ଓ ସଚେତନ କର୍ମଶକ୍ତି ଉପରେ ନିର୍ଭରଶୀଳ । ଆଜିର ଏହି ଚାଲିମ୍ ପ୍ରତ୍ୟେକ ଅପରେଟର୍‌ଙ୍କୁ ଅଧିକ ସୁରକ୍ଷାମୂଖୀ, ପ୍ରଫେସନାଲ୍ ଓ ଦାୟିତ୍ବଶୀଳ ପରିଚାଳନା ପାଇଁ ପ୍ରେରିତ କରିବ ବୋଲି ମୁଁ ବିଶ୍ବାସ କରେ। ପ୍ରଶିକ୍ଷକମାନେ କ୍ରେନ୍‌ର କ୍ଷମତା ପରୀକ୍ଷା, ପ୍ରି-ଅପରେସନ୍ ଚେକ୍-ଲିଷ୍ଟ, ମହତ୍ତ୍ଵପୂର୍ଣ୍ଣ ସୁରକ୍ଷା ଇଣ୍ଟରଲକ୍‌ର କାର୍ଯ୍ୟପଦ୍ଧତି, ଏବଂ ଗଳନ ଧାତୁ ପରିବହନ ସମୟରେ ଆପତକାଳୀନ ପଦକ୍ଷେପ ବିଷୟରେ ବିସ୍ତୃତ ଓ ପ୍ରାୟୋଗିକ ନିର୍ଦ୍ଦେଶନା ଦେଇଥିଲେ। ସଭାର ଶେଷ ଅବସରରେ, ତାଲିମରେ ଅଂଶଗ୍ରହଣ କରିଥିବା ୭୦ ଜଣ କାରଖାନା ଅଧିକାରୀଙ୍କୁ ସମ୍ମାନପୂର୍ଣ ଭାବରେ ପ୍ରମାଣପତ୍ର ବିତରଣ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking