ଭୁବନେଶ୍ୱର: ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଇ-କେୱାସି ପ୍ରକ୍ରିୟା । ଇ-କେୱାସି ତର୍ଜମା ସମୟରେ ୬ ଲକ୍ଷ ୮୩ ହଜାର ୯୯୫ ମୃତ ବ୍ୟକ୍ତି ଚିହ୍ନଟ । ସେହିପରି ୩୩ ହଜାର ୧୨୮ ଅଯୋଗ୍ୟ ରାସନ କାର୍ଡ ବାତିଲ କରାଯାଇଛି, ଯାହାର ପରିବାର ସଦସ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୧୯୯ । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ ୪୭୪୭ ଜାଲ୍ ରାସନ କାର୍ଡ ଧରାପଡିଛି । ଗତବର୍ଷ ଜୁନ୍ରୁ ୧୫ ଲକ୍ଷ ୩୩ ହଜାର ୧୫୩ ଜଣ ଆବେଦନ କରିଛନ୍ତି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ । ସ୍ୱଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ । ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ ।










