32.1 C
Bhubaneswar
Friday, September 20, 2024
Homeଓଡିଶାଭୋଜି ଖାଇବା ପରେ ହଇଜା ; ୨ ମୃତ

ଭୋଜି ଖାଇବା ପରେ ହଇଜା ; ୨ ମୃତ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଅଘଟଣ । ଭୋଜି ଖାଇବା ପରେ ହଇଜାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ୩୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ବାରିପଦା ପିଆରଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଏକ ଦଶାହ ଭୋଜି ଅନୁଷ୍ଠିତ ହୋଇଥିଲା । ଏହାକୁ ଖାଇବା ପରେ ଗ୍ରାମର ଅଧିକାଂଶ ଲୋକେ ହଇଜାରେ ପୀଡ଼ିତ ହୋଇଥିଲେ । ଏହି ଘଟଣାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ୍‌ ଉକ୍ତ ଗ୍ରାମକୁ ଯାଇ ସ୍ଥିତି ପରଖିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking