15.1 C
Bhubaneswar
Monday, December 29, 2025
Homeଦୁର୍ଗାପୂଜା ଉତ୍ସବ ଏବଂ ଓଡ଼ିଶାର ପ୍ରସିଦ୍ଧ -2025ଦୁର୍ଗାପୂଜା: ଚଳଚଞ୍ଚଳ ଶକ୍ତି ପୀଠ

ଦୁର୍ଗାପୂଜା: ଚଳଚଞ୍ଚଳ ଶକ୍ତି ପୀଠ

ଭୁବନେଶ୍ୱର: ଆସୁଛନ୍ତି ମା । ଉତ୍ସବ ମୁଖର ଗାଁ ଠୁ ସହର । ଆଉ ମେଢ଼ ମାନଙ୍କରେ ମାଙ୍କ ପୂଜା ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଦେଖାଦେଇଥାଏ । କଟକରେ ଯେପରି ମାଙ୍କୁ ସୁନା, ରୂପା ରେ ସୁସଜ୍ଜିତ କରାଯାଇଥାଏ, ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମାଙ୍କୁ ସୁନା, ରୂପାରେ ଛାଇ କରିଦିଅନ୍ତି । ଯାହାକି ମାଙ୍କ ଦୁର୍ଗାମେଢ ରାଜଧାନୀରେ ଆକର୍ଷଣ ସାଜିଛି । ମାଙ୍କ ମୁକୁଟରେ ଲାଗିଛି ସୁନା । ଆଉ ମସ୍ତକରେ ଚିକ ଚିକ ହୋଇ ଝଟକୁଛି ଏହି ସୁନା ମୁକୁଟ ।  ପର୍ବର ମୁଖ୍ୟ ଆକର୍ଷଣ ହେଉଛି ଦୁର୍ଗାପୂଜା, ଯାହା ନବରାତ୍ରିର ଷଷ୍ଠ ଦିନରୁ ଆରମ୍ଭ ହୁଏ। ଏଥର ଷଷ୍ଠ ଦିନ ୨୮ ସେପ୍ଟେମ୍ବରରେ। ଏହି ଦିନଠାରୁ ଦୁର୍ଗା ପୂଜା ଆରମ୍ଭ ହୋଇ ପାଞ୍ଚ ଦିନ ଧରି ଚାଲିଥାଏ । ଏହି ସମୟ ମଧ୍ୟରେ ମହାଷଷ୍ଠୀ, ମହାସପ୍ତମୀ, ମହାଅଷ୍ଟମୀ, ମହାନବମୀ ଏବଂ ବିଜୟାଦଶମୀ ପର୍ବ ପାଳନ କରାଯାଇଥାଏ । ନବରାତ୍ରି ଘଟସ୍ଥାପନ ସହିତ ଆରମ୍ଭ ହୁଏ, ଯାହାକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ।

ଧାର୍ମିକ ବିଶ୍ୱାସ ଅନୁଯାୟୀ, ପ୍ରତିବର୍ଷ ନବରାତ୍ରି ସମୟରେ ଦେବୀ ଦୁର୍ଗା ବିଭିନ୍ନ ସବାର ହୋଇ ଆସନ୍ତି। ଏଥର ମାତା ରାଣୀ ହାତୀ ଉପରେ ଚଢ଼ି ତାଙ୍କ ଭକ୍ତମାନଙ୍କ ଘରକୁ ଆସିବେ। ହାତୀ ଉପରେ ଚଢ଼ିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହାକୁ ସମୃଦ୍ଧି, ପ୍ରଗତି ଏବଂ ଶାନ୍ତିର ପ୍ରତୀକ ବୋଲି ବିବେଚନା କରାଯାଏ।

ଷଷ୍ଠୀ: ଅଧିବାସ, ବେଲ ବରଣ, ମା’ଙ୍କୁ ସ୍ୱାଗତ କରିବାକୁ ଯାଇ ଷଷ୍ଠୀ ପୂଜାରେ ବେଲବରଣୀ କରାଯାଏ । ବେଲଗଛ ପାଖରେ ଏହି ପୂଜା ସମ୍ପନ୍ନ କରାଯାଏ ।

ସପ୍ତମୀ: ସପ୍ତମୀରେ ନବପତ୍ରିକା ପୂଜା କରାଯାଏ, ଯେଉଁ ଥିରେ କଦଳୀ, ସାରୁ, ମାଣସାରୁ, ହଳଦୀ, ଅଶୋକ, ଡାଳିମ୍ବ, ବେଲ, ଜୟନ୍ତି ଓ ଧାନ ଏହି ନଅ ଜାତି ପତ୍ରଦ୍ୱାରା ଦୁର୍ଗାଙ୍କର ଗୋଟିଏ ମୁର୍ତ୍ତି ଗଠନ କରି ପୂଜା କରିବାର ବିଧି ।

ଅଷ୍ଟମୀ: ଅଷ୍ଟମୀରେ ହୁଏ ମା’ଙ୍କ ମୂଖ୍ୟ ସନ୍ଧିପୂଜା । ମହାଷ୍ଟମୀର ଶେଷ ଦଣ୍ଡ ଓ ମହାନବମୀର ଆଦ୍ୟ ଦଣ୍ଡର ମଧ୍ୟକାଳୀନ ସମୟକୁ ସନ୍ଧି ସମୟ କୁହାଯାଏ ।

ନବମୀ: ନବମୀ ପୂଜାରେ ମା’ଙ୍କ ପୀଠରେ ମାଛ ଭୋଗ ହେଇଥାଏ।କଟକର ଅଲିଶାବଜାର, ଚାନ୍ଦିନୀ ଚୌକ ପ୍ରଭୃତି କେତେକ ପୂଜା କମିଟି ନବମୀ ପୂଜାରେ ବଡ଼ ଧରଣର ମାଛଭୋଗ କରିଥାନ୍ତି ।

ଦଶମୀ: ଘଟ ବିସର୍ଜନ ଓ ଭସାଣି । ଦଶମୀ ପୂଜା ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା ଅପରାଜିତା ପୂଜା ଏହି ଦିବସର ସ୍ୱତନ୍ତ୍ର ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking