17.1 C
Bhubaneswar
Wednesday, February 4, 2026
Homeଓଡିଶାଡୁପ୍ଲିକେଟ ବିଦେଶୀ ମଦ ଜବତ: ୨ ଅଟକ

ଡୁପ୍ଲିକେଟ ବିଦେଶୀ ମଦ ଜବତ: ୨ ଅଟକ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ନକଲି ବିଦେଶୀ ମଦ ଯାହାକୁ ଯେତେ ଯୋଉଠି ଚାହିଁବେ ସେଇଠି ପାଇବେ ବୋଲି ଆଲୋଚନା ହେଉଛି । ଅଧିକ ଲାଭ ଆଶାରେ ପ୍ରାୟତଃ ବିଭିନ୍ନ କାଉଣ୍ଟରରେ ବେଆଇନ ଭାବେ ବିକ୍ରି ହେଉଥିବା ନେଇ ମଧ୍ୟ ଆଲୋଚନା ହେଉଛି । ଆଉ ଅସଲି ଦାମରେ ନକଲି ବିଦେଶୀ ମଦ ପିଇ ପ୍ରାୟତଃ ଶାରୀରିକ ସମସ୍ୟାରେ ଛନ୍ଦି ହେଉଛନ୍ତି ନିୟମିତ ମଦୁଆ। ମାତ୍ର ଏହାର ନିୟନ୍ତ୍ରଣରେ ସମ୍ପୂର୍ଣ୍ଣ ବିଫଳ ସରକାର। ତେବେ ଅସଲି ବ୍ରାଣ୍ଡର ବୋତଲରେ ନକଲି ମଦ ଭର୍ତ୍ତି କରି କରୁଥିଲେ ବିକ୍ରି । ମୟୂରଭଞ୍ଜ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ କରଞ୍ଜିଆ ଏବଂ ଶୁକୃଳି ଅବକାରୀ ବିଭାଗ ମିଳିତ ଭାବେ ଆଜି ସକାଳୁ ସକାଳୁ ଚଢ଼ାଉ କରିଥିଲେ । ନକଲି ମଦ ବୋଟଲିଂ ଚାଲିଥିବା ବେଳେ ମାଡ଼ି ବସିଲେ । ଚଢ଼ାଉ ବେଳେ ୬୦ ଟି ଖାଲି ବୋତଲ, ୨୨୫ଟି ଠିପି ସହିତ ତିଆରି ହୋଇଥିବା ଡୁପ୍ଲିକେଟମଦ ଜବତ କରିଛି ଅବକାରୀ ବିଭାଗ । ଡୁପ୍ଲିକେଟ ମଦର ଆନୁମାନିକ ବଜାର ମୂଲ୍ୟ ୮୦ ହଜାର ରୁ ଉର୍ଦ୍ଧ ହେବ । ନକଲି ବିଦେଶୀ ମଦ ବଟଲିଂ କରୁଥିବା ଦୁଇ ଯୁବକ ରାହୁଲ ଗୁପ୍ତା ଏବଂ ରାଜେଶ ଠାକୁରଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking